ଗୁଗୁଲ ଉପରେ ଲାଗିଲା ୨୦, ୦୦୦,୦୦୦,୦୦୦,୦୦୦,୦୦୦,୦୦୦,୦୦୦,୦୦୦,୦୦୦,୦୦୦,୦୦୦ ଡଲାରର ଜରିମାନା
ସର୍ଚ୍ଚ ଇଞ୍ଜିନ ଗୁଗୁଲ ଉପରେ ଲାଗିଛି ୨୦, ୦୦୦,୦୦୦,୦୦୦,୦୦୦,୦୦୦,୦୦୦,୦୦୦,୦୦୦,୦୦୦,୦୦୦,୦୦୦ ଡଲାର ତଥା ୨୦ ଡିସିଲିୟନ ଡଲାର ଜୋରିମାନା। ଗୁଗଲ ଉପରେ ଏହି ଅଦ୍ଭୂତ ପୂର୍ବ ପରିମାଣର ଜୋରିମାନା ଲଗାଇଛି ରୁଷିଆର ଗୋଟିଏ ଅଦାଲତ।ଜୋରିମାନା ରାଶି ୨ରେ ୩୪ଟି ଶୂନ ଡଲାରର ଅର୍ଥ ଏହାର ପରିମାଣ ବିଶ୍ୱର ମୋଟ ଜିଡିପି ଠାରୁ ୬୨୦ ଗୁଣ ଅଧିକ।କହିବାକୁ ଗଲେ, ବିଶ୍ୱରେ ଯେତିକି ସମ୍ପତ୍ତି ନାହିଁ, ତା’ଠାରୁ ଅଧିକ ପରିମାଣର ଜୋରିମାନା ହୋଇଛି ଲାଗୁ । ଏହାକୁ ନେଇ ପୂରା ବିଶ୍ୱରେ ଆରମ୍ଭ ହୋଇଛି ଚର୍ଚ୍ଚା।ସୂଚନା ଅନୁଯାୟୀ,ଗୁଗୁଲର ପ୍ୟାରେଣ୍ଟ୍ କମ୍ପାନୀ ଆଲଫାବେଟ୍ ମାଲିକାନାରେ ଥିବା ୟୁଟ୍ୟୁବ ଉପରେ ଲାଗୁ କରାଯାଇଛି ଏହି ଜୋରିମାନା। ୟୁକ୍ରେନ ଉପରେ ରୁଷିଆ କରୁଥିବା ଆକ୍ରମଣ ସମ୍ପର୍କିତ ଖବରକୁ ନେଇ ମୁହାଁମୁହିଁ ହୋଇଥିଲେ ଗୁଗୁଲ ଓ ମସ୍କୋ। ଯୁଦ୍ଧ ସମ୍ପର୍କରେ ରୁଷିଆ ସରକାରଙ୍କ ଦ୍ୱାରା ପରିଚାଳିତ ଟିଭି ଚ୍ୟାନେଲ ଯେଉଁ ଖବର ପ୍ରସାରଣ କରୁଥିଲା, ତା’କୁ ସ୍ଥାନ ଦେଉ ନଥିଲା ୟୁଟ୍ୟୁବ।କାରଣ ୟୁଟ୍ୟୁବରେ ରୁଷିଆ ସରକାରଙ୍କ ଚ୍ୟାନେଲ ଉପରେ ଲାଗିଥିଲା ପ୍ରତିବନ୍ଧକ । ଏହା ବିରୋଧରେ ରୁଷିଆ ଅଦାଲତରେ ହୋଇଥିଲା ଗୋଟିଏ ମାମଲା ।ଏହାର ଶୁଣାଣି କରିଗଲ ଉପରେ ୨୦ ଡିଲିୟନ ଡଲାର ତଥା (୨ରେ ୩୪ଟି ଶୂନ) ପରିମାଣ ଆର୍ଥିକ ଦଣ୍ଡ ଲାଗୁ କରିଛନ୍ତି ଅଦାଲତ।
What's Your Reaction?