ଆସନ୍ତା ୧୭ ତାରିଖରେ ଖୋଲିବ ବିଦ୍ୟାଳୟ, ଏହା ପୂର୍ବରୁ କରାଯିବ ସମସ୍ତ ପ୍ରସ୍ତୁତି

ଓଡିଶାରେ ଆସନ୍ତା ୧୭ ତାରିଖରେ ଖୋଲିବ ସମସ୍ତ ବିଦ୍ୟାଳୟ। ଏହାର ଏକ ସପ୍ତାହ ପୂର୍ବରୁ କରାଯିବ ସମସ୍ତ ପ୍ରସ୍ତୁତି। ଶ୍ରେଣୀଗୃହଠାରୁ ଆରମ୍ଭ କରି ଶୌଚାଳୟ , କ୍ୟାମ୍ପସ,ପାଣି ଟାଙ୍କି,ରୋଷେଇ ଶାଳ, ବାସନ, ଗ୍ୟାସ୍ ଷ୍ଟୋଭ୍କୁ ସଫା କରିବାକୁ ସ୍କୁଲ କର୍ତ୍ତୃପକ୍ଷଙ୍କୁ ଦିଆଯାଇଛି ନିର୍ଦ୍ଦେଶ । ମଧ୍ୟାହ୍ନ ଭୋଜନ ପାଇଁ ଥିବା ରୋଷେଇ ସାମଗ୍ରୀ ଓ ଏକ୍ସପ୍ଯାରୀ ତାରିଖକୁ କରାଯିବ ଯାଞ୍ଚ । ସ୍ମାର୍ଟ କ୍ଳାସ ରୁମ୍, ଇ-ଲାଇବ୍ରେରୀକୁ ବ୍ୟବହାର ପାଇଁ କରାଯିବ ପ୍ରସ୍ତୁତ । ସ୍କୁଲ ଖୋଲିବାର ଏକ ସପ୍ତାହ ସୁଦ୍ଧା ଇଣ୍ଟରନେଟ୍ ସଂଯୋଗକୁ ନିଶ୍ଚିତ କରାଯିବା ସହ ପାନୀୟ ଜଳ ଯୋଗାଣକୁ ଦିଆଯିବ ଗୁରୁତ୍ବ ।ସ୍କୁଲ ଖୋଲିବାର ଦିନକ ପୂର୍ବରୁ ପାଚିକା ଓ ସହାୟିକା ସ୍କୁଲ ଆସି ମଧ୍ୟାହ୍ନ ଭୋଜନ ପାଇଁ ଥିବା ସାମଗ୍ରୀର ଯାଞ୍ଚ କରିବେ। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନେଇ ହୋଇଥିବା ବୈଠକରେ ଏପରି ନିର୍ଦ୍ଦେଶ ଦିଆଯାଇଥିବା ମିଳିଛି ସୂଚନା ।
What's Your Reaction?






