ରାଜ୍ୟରେ ଆଉ ଖୋଲିବନି ନୂଆ ମଦ ଦୋକାନ

Aug 8, 2024 - 12:03
 0  2
ରାଜ୍ୟରେ ଆଉ ଖୋଲିବନି ନୂଆ ମଦ ଦୋକାନ

ରାଜ୍ୟରେ ଆଉ ଖୋଲିବନି ନୂଆ ମଦ ଦୋକାନ । ଏନେଇ ନିଷ୍ପତ୍ତି ନେଇଛନ୍ତି ସରକାର ।ଆଜି ଏଭଳି ଏକ ବଡ ବୟାନ ଦେଇଛନ୍ତି ଆଇନ୍ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ସେ କହିଛନ୍ତି ଯେ, ଚୋରା ମଦ କିପରି ବନ୍ଦ ହେବ ସେନେଇ ରହିଛି ବଡ ଆହ୍ୱାନ । ଆଗାମୀ ବର୍ଷଠାରୁ ରାଜ୍ୟରେ ବନ୍ଦ ହେବ ଚୋରା ମଦ ଚାଲାଣ। ସେ ଆଧାରରେ ଆଗକୁ ହେବ ଆମୂଳଚୂଳ ପରିବର୍ତ୍ତନ । ଅନ୍ୟପଟେ ଆସନ୍ତା ବର୍ଷ ଯେଉଁ ମଦନୀତି ହେବ, ସେଥିରେ ଓଡିଶାରୁ ଚୋରାମଦ ବିକ୍ରି ବନ୍ଦ କରିବାକୁ ନୀତି ବାହାର କରାଯିବ । ଯେଉଁ ମଦନୀତି ଥିଲା, ସେଥିରେ କିଛି ସାବଲୀଳ କରାଯିବ । ସେହିପରି ଯେଉଁ କିଛି ସମସ୍ୟା ରହିଥିଲା, ତାକୁ କିପରି ସୂଚାରୁରୂପେ କରାଯିବ ସେ ଦିଗରେ ପ୍ରଚେଷ୍ଟା କରାଯାଉଛି ବୋଲି କହିଛନ୍ତି  ଆଇନ୍ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ।

What's Your Reaction?

like

dislike

love

funny

angry

sad

wow