ସାମ୍ବାଦିକା ମଧୁସ୍ମିତା ମୃତ୍ୟୁ ମାମଲା, ବନ୍ଧା ହେଲେ ସ୍ୱାମୀ

ସାମ୍ବାଦିକା ମଧୁସ୍ମିତା ପରିଡା ମୃତ୍ୟୁ ମାମଲାରେ ସ୍ବାମୀଙ୍କୁ ଗିରଫ କରି ଦେଢଶୁରଙ୍କୁ ଅଟକ ରଖିଛି ପୋଲିସ୍ । ଏନେଇ ସୂଚନା ଦେଇଛନ୍ତି ଡିସିପି । ସୂଚନା ଅନୁଯାୟୀ, ଗତକାଲି ବାପୁଜୀନଗର ରେଳ ଲାଇନରୁ ଉଦ୍ଧାର ହୋଇଥିଲା ସାମ୍ବାଦିକା ମଧୁସ୍ମିତାଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ । ସେ ଏକ ଓ୍ବେବ ଚ୍ୟାନେଲରେ କାମ କରୁଥିଲେ। ବିବାହ ପରେ ବାପୁଜୀନଗରରେ ଭଡ଼ାରେ ରହୁଥିଲେ । ତେବେ ମୃତ୍ୟୁ ପୂର୍ବରୁ ଏକ ଭିଡିଓରେ ତାଙ୍କ ସ୍ବାମୀଙ୍କର ପରକୀୟା ପ୍ରୀତି ଥିଲା ବୋଲି ଅଭିଯୋଗ କରିଛନ୍ତି ମଧୁମିତା । ସ୍ବାମୀ ତାଙ୍କୁ ଧୋକା ଦେବା ସହ ଦୀର୍ଘଦିନ ହେଲା ନିର୍ଯାତନା ଦେଉଥିଲେ । ଶେଷରେ ସହିନପାରି ସେ ଜୀବନ ହାରିଥିବା ହୋଇଛି ଅଭିଯୋଗ । ଜୀବନ ହାରିବା ପୂର୍ବରୁ ତାଙ୍କ ସହ ଘଟିଥିବା ଘଟଣା ସମ୍ପର୍କରେ ଭିଡିଓରେ କହିଛନ୍ତି ମଧୁମିତା । ଯାହାକି ଏବେ ହେଉଛି ଭାଇରାଲ । ସେହିପରି ଆତ୍ମହତ୍ଯା ପୂର୍ବରୁ ଭିଡିଓରେ ସେ ନିଜ ମା’ ଓ ପରିବାରକୁ କ୍ଷମା ମାଗିଛନ୍ତି । ଭିଡିଓ କରିବା ପରେ ରେଳ ଆଗକୁ ଡେଇଁ ଆତ୍ମହତ୍ଯା କରିଛନ୍ତି ମଧୁସ୍ମିତା । ଗଞ୍ଜାମ ଜିଲ୍ଲାର ବେଲଗୁଣ୍ଠାରେ ମଧୁମିତାଙ୍କ ଘର ହୋଇଥିବା ବେଳେ, ଗଞ୍ଜାମ ଜିଲ୍ଲା ତରଡ଼ାରେ ସେ କରିଥିଲେ ବିବାହ । ତେବେ ମଧୁମିତାଙ୍କୁ ବିବାହ ପୂର୍ବରୁ ତାଙ୍କ ସ୍ବାମୀ ଅନ୍ୟ ଜଣେ ଯୁବତୀଙ୍କୁ କରିଥିଲେ ବିବାହ । ପ୍ରଥମ ସ୍ତ୍ରୀକୁ ଛାଡପତ୍ର ଦେବା ପରେ ମଧୁମିତାଙ୍କୁ ଦ୍ବିତୀୟ ବିବାହ କରିଥିଲେ ତାଙ୍କ ସ୍ବାମୀ। ଘଟଣାର ତଦନ୍ତ ଜାରି ରଖିଛନ୍ତି କ୍ୟାପିଟାଲ ଥାନା ଓ ଜିଆରପି।
What's Your Reaction?






