ଶ୍ରୀମନ୍ଦିରରେ ଅପରାଧୀଙ୍କୁ ଧରିବ Facial Recognition! ଫିଙ୍ଗରପ୍ରିଣ୍ଟରେ ହେବ ଯାଞ୍ଚ

Aug 28, 2026 - 14:37
 0  1
ଶ୍ରୀମନ୍ଦିରରେ ଅପରାଧୀଙ୍କୁ ଧରିବ Facial Recognition! ଫିଙ୍ଗରପ୍ରିଣ୍ଟରେ ହେବ ଯାଞ୍ଚ

ଅପରାଧିକ ରେକର୍ଡ ଥିବା ବ୍ୟକ୍ତି ସାବଧାନ । ଶ୍ରୀମନ୍ଦିର ଅଞ୍ଚଳରେ Facial Recognition System ଓ Fingerprint Verification ମାଧ୍ୟମରେ ସ୍ୱତନ୍ତ୍ର ଯାଞ୍ଚ ଅଭିଯାନ । 

ଅପରାଧିକ ରେକର୍ଡ ଥିବା ବ୍ୟକ୍ତି ସାବଧାନ । ଶ୍ରୀମନ୍ଦିର ଅଞ୍ଚଳରେ Facial Recognition System ଓ Fingerprint Verification ମାଧ୍ୟମରେ ସ୍ୱତନ୍ତ୍ର ଯାଞ୍ଚ ଅଭିଯାନ । ସନ୍ଦେହଜନକ ବ୍ୟକ୍ତିମାନଙ୍କର ପରିଚୟ ଏବଂ ଉପଲବ୍ଧ ଅପରାଧିକ ରେକର୍ଡ ସମ୍ପର୍କରେ ଯାଞ୍ଚ କରୁଛି ପୋଲିସ୍ । ଆବଶ୍ୟକ ସ୍ଥଳରେ ଫିଙ୍ଗରପ୍ରିଣ୍ଟ ମାଧ୍ୟମରେ ମଧ୍ୟ ପରିଚୟ ଯାଞ୍ଚ କରାଯାଉଛି । 

ଏହି ଟେକ୍ନିକାଲ ଯାଞ୍ଚର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ପୁରୀ ସହରରେ ରହୁଥିବା କିମ୍ବା ଅନ୍ୟ ସ୍ଥାନ ଓ ଅନ୍ୟ ରାଜ୍ୟରୁ ଆସି ଏଠାରେ ରହୁଥିବା ଅପରାଧିକ ପୃଷ୍ଠଭୂମି ଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରିବା ଏବଂ ଆବଶ୍ୟକ ସ୍ଥଳରେ ସେମାନଙ୍କ ଗତିବିଧି ଉପରେ ନଜର ରଖିବା ।  ଯାହାଫଳରେ ଚୋରୀ, ଛିନତାଇ,ଅପରାଧିକ କାର୍ଯ୍ୟକଳାପ କରୁଥିବା ବ୍ୟକ୍ତି,ଙ୍କୁ ସହଜରେ ଚିହ୍ନଟ କରିବା ସହ ରୋକ୍ ଲଗାଯାଇପାରିବ । 

What's Your Reaction?

like

dislike

love

funny

angry

sad

wow