ମେଡିକାଲ୍ରେ ଦାଦାଗିରି! ସୁରକ୍ଷାକର୍ମୀଙ୍କୁ ମାଡ଼, ୩ ଅଟକ !
ରୋଗୀ ଦେଖାଇବାକୁ ଆସି ମେଡିକାଲ୍ରେ ଦେଖାଇଲେ ଦାଦାଗିରି । ମେଡିକାଲ୍ର ସୁରକ୍ଷା କର୍ମୀ ଦେବାଶିଷ ବେହେରାଙ୍କୁ ମାଡ଼ ମାରି ଲହୁଲୁହାଣ କରିଛନ୍ତି । କେନ୍ଦ୍ରାପଡ଼ା ପଣ୍ଡାଇମୁଣ୍ଡାଇ ମେଡିକାଲ୍ରୁ ଆସିଲା ଅଭିଯୋଗ ।
ରୋଗୀ ଦେଖାଇବାକୁ ଆସି ମେଡିକାଲ୍ରେ ଦେଖାଇଲେ ଦାଦାଗିରି । ମେଡିକାଲ୍ର ସୁରକ୍ଷା କର୍ମୀ ଦେବାଶିଷ ବେହେରାଙ୍କୁ ମାଡ଼ ମାରି ଲହୁଲୁହାଣ କରିଛନ୍ତି । କେନ୍ଦ୍ରାପଡ଼ା ପଣ୍ଡାଇମୁଣ୍ଡାଇ ମେଡିକାଲ୍ରୁ ଆସିଲା ଅଭିଯୋଗ । ସୂଚନା ଅନୁସାରେ, ଗତକାଲି ରାତିରେ କେନ୍ଦ୍ରାପଡ଼ା ବ୍ଲକ ନରଣପୁର ଗାଁର ୭ଜଣ ଯୁବକ ପଟ୍ଟାମୁଣ୍ଡାଇ ମେଡିକାଲ ଆସି ପହଂଚିଥିଲେ । ତେବେ ଜୋର ଜବରଦସ୍ତ ମେଡିକାଲ ଭିତରେ ପଶି କାର୍ଯ୍ୟରତ ଡାକ୍ତରଙ୍କୁ ଦେଖା କରିବାକୁ ଉଦ୍ୟମ କରୁଥିବା ବେଳେ ସୁରକ୍ଷା କର୍ମୀ ଦେବାଶିଷ ତାଙ୍କୁ ବାରଣ କରିଥିଲେ । ବାସ ଏତିକିରେ ଉକ୍ତ ଯୁବକମାନେ ରାଗିଯାଇ ସୁରକ୍ଷାକର୍ମୀଙ୍କୁ ମାଡ଼ ମାରି ଲହୁ ଲୁହାଣ କରି ଦେଇଥିଲେ ।
ପଟ୍ଟାମୁଣ୍ଡାଇ ପୁଲିସ ମେଡିକାଲରେ ପହଞ୍ଚି ୩ ଜଣଙ୍କୁ ଅଟକ ରଖିଥିବା ବେଳେ ଅନ୍ୟମାନେ ଫେରାର ହୋଇଯାଇଥିବା ଜଣାପଡ଼ିଛି । ଅନ୍ୟପଟେ ଦେବାଶିଷ ପ୍ରଥମେ ପଟ୍ଟାମୁଣ୍ଡାଇ ମେଡିକାଲ ପରେ ଗୁରୁତର ହେବାରୁ ତାଙ୍କୁ କେନ୍ଦ୍ରାପଡ଼ା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ଏନେଇ ଦେବାଶିଷଙ୍କ ବାପା ପଟ୍ଟାମୁଣ୍ଡାଇ ଆଦର୍ଶ ଥାନାରେ ଏକ ଲିଖିତ ଅଭିଯୋଗ କରିବା ପରେ ପୋଲିସ ତଦନ୍ତକୁ ତ୍ୱରାନ୍ୱିତ କରିଛି ।
What's Your Reaction?