କମିଲା ପେଟ୍ରୋଲ ଓ ଡିଜେଲ ଦର

କମିଲା ପେଟ୍ରୋଲ ଓ ଡିଜେଲ ଦର

 ମେ ମାସ ଶେଷ ଦିନରେ ଭୁବନେଶ୍ୱରରେ କ୍ରମାଗତ ଦ୍ୱିତୀୟ ଦିନରେ  ହ୍ରାସ ପାଇଛି ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ। ଆଜି ପେଟ୍ରୋଲର ମୂଲ୍ୟ ଲିଟର ପିଛା ୧୦୦.୮୯ ଟଙ୍କା ରେକର୍ଡ ହୋଇଥିବାବେଳେ ଡିଜେଲ ମୂଲ୍ୟ ଲିଟର ପିଛା  ରେକର୍ଡ କରାଯାଇଛି ୯୨.୪୭ ଟଙ୍କା।କଟକରେ ମଧ୍ୟ କମିଛି ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ । କଟକରେ ପେଟ୍ରୋଲର ମୂଲ୍ୟ ଲିଟର ପିଛା ୧୦୧.୧୮ ଟଙ୍କା ଏବଂ ଡିଜେଲ ମୂଲ୍ୟ ଗତ ୨୪ ଘଣ୍ଟା ମଧ୍ୟରେ  ୯୨.୭୬ ଟଙ୍କା କରାଯାଇଛି ରେକର୍ଡ ।ଭାରତର ପ୍ରମୁଖ ସହର ଦିଲ୍ଲୀରେ ପେଟ୍ରୋଲ  ଲିଟର ପିଛା ୯୬.୭୨ ଟଙ୍କା, କୋଲକାତାରେ ୧୦୩.୯୪ ,ମୁମ୍ବାଇରେ  ୧୦୪.୨୧ ଓ ଚେନ୍ନାଇରେ ଲିଟର ପିଛା ରହିଛି ୧୦୦.୮୫ ଟଙ୍କା ।ସେହିପରି ଦିଲ୍ଲୀରେ ଡିଜେଲ ଲିଟର ପିଛା ୮୭.୬୨ ଟଙ୍କା ଓ କୋଲକାତାରେ  ୯୦.୭୬ଟଙ୍କା ,ମୁମ୍ବାଇରେ ଲିଟର ପିଛା ୯୨.୧୫ ଏବଂ ଚେନ୍ନାଇରେ ଲିଟର ପିଛା ୯୨.୪୩ ଟଙ୍କା ଦର ରହିଛି  ।