ମହାପ୍ରସାଦ ରନ୍ଧା ବନ୍ଦ ଚେତାବନୀ ଦେଲା ସୁଆର ମହାସୁଆର ନିଯୋଗ
ଗତ ୨୮ ତାରିଖରେ ଶ୍ରୀମନ୍ଦିରରେ ନୀତି ବିଳମ୍ବ ପ୍ରସଙ୍ଗରେ ମହାପ୍ରସାଦ ରନ୍ଧା ବନ୍ଦ ଚେତାବନୀ ଦେଲା ସୁଆର ମହାସୁଆର ନିଯୋଗ । ସିଂହଦ୍ଵାର ସମ୍ମୁଖରେ ଆନ୍ଦୋଳନ କରି ଦେଲେ ଚେତାବନୀ । କ୍ଷତିପୂରଣ ସହ ନୀତି ବିଳମ୍ବରେ ସମ୍ପୃକ୍ତ ସେବକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଅଡ଼ି ବସିଲା ନିଯୋଗ ।ଭିତରକାଠ ଦର୍ଶନ ବିବାଦକୁ ନେଇ ଗତ ୨୮ ତାରିଖରେ ବିଳମ୍ବ ହୋଇଥିଲା ନୀତି । ଡେରିରେ ବାହାରିଥିଲା ମହାପ୍ରସାଦ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଚିଠି ଦେଲା ସୁଆରମହାସୁଆର ନିଯୋଗ । ଦୃଢ କାର୍ଯ୍ୟାନୁଷ୍ଠାନ ସହ ୨୫ ଲକ୍ଷ ଟଙ୍କାର କ୍ଷତିପୂରଣ ଓ ୭ଦିନ ମହଲତ ଦେଲା ସୁଆରମହାସୁଆର ନିଯୋଗ ।
What's Your Reaction?