ଆସନ୍ତା ୪ ଦିନ ଓଡିଶାରେ ଲାଗିରହିବ ବର୍ଷା
ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଉତର ପଶ୍ଚିମ ଓ ସଂଲଗ୍ନ ପଶ୍ଚିମ କେନ୍ଦ୍ରୀୟ ଅଂଚଳରେ ରହିଛି ଅବସ୍ଥିତ। ପ୍ରଭାବରେ ସାରା ଓଡ଼ିଶାରେ ଲାଗି ରହିଛି ବର୍ଷା । ଆସନ୍ତା ୪ ଦିନ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ ବୋଲି କହିଛି ପାଣିପାଗ କେନ୍ଦ୍ର । ଆଜିଠାରୁ ୩୦ ତାରିଖ ମଧ୍ୟରେ ଉପକୂଳ ଓଡ଼ିଶାର ସମସ୍ତ ଜିଲ୍ଲା ସମେତ ସଂଲଗ୍ନ ଜିଲ୍ଲା ଗୁଡ଼ିକରେ ଲାଗିରହିବ କାଳବୈଶାଖୀ ପ୍ରଭାବ । ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ସହ କିଛି ଜାଗାରେ ଘଂଟାପ୍ରତି ୩୦ରୁ ୪୦ କି.ମି ବେଗରେ ବହିପାରେ ପବନ ।
What's Your Reaction?