୧୨୬ ମିମି ବର୍ଷାରେ ବେହାଲ ବାଲେଶ୍ବର, ଘରେ ପଶିଲା ପାଣି; ନୂଆସାହି ରାସ୍ତାରେ ପାଣିର ସୁଅ

Sep 23, 2026 - 12:29
୧୨୬ ମିମି ବର୍ଷାରେ ବେହାଲ ବାଲେଶ୍ବର, ଘରେ ପଶିଲା ପାଣି; ନୂଆସାହି ରାସ୍ତାରେ ପାଣିର ସୁଅ

ସକାଳ ସାଢ଼େ ୮ଟା ସୁଦ୍ଧା ୧୨୬ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ଆଜି ଓ ଆସନ୍ତାକାଲି ପାଇଁ ୟେଲୋ ଆଲର୍ଟ ରହିଥିବା ବେଳେ ୩୦ରୁ ୪୦ କିମି ବେଗରେ ଝଟକା ପବନ ବୋହିବାର ସୂଚନା ରହିଛି । 

ବାଲେଶ୍ବରରେ ଲାଗି ରହିଛି ବର୍ଷା । ସକାଳ ସାଢ଼େ ୮ଟା ସୁଦ୍ଧା ୧୨୬ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ଆଜି ଓ ଆସନ୍ତାକାଲି ପାଇଁ ୟେଲୋ ଆଲର୍ଟ ରହିଥିବା ବେଳେ ୩୦ରୁ ୪୦ କିମି ବେଗରେ ଝଟକା ପବନ ବୋହିବାର ସୂଚନା ରହିଛି ।

ତୁହାକୁ ତୁହା ବର୍ଷା ଲାଗିରହିଛି। ବେହାଲ ହେଲେଣି ବାଲେଶ୍ବର ବାସୀ। ତେଲେଙ୍ଗା ସାହି, ନୂଆସାହି, ଗୁଡିପଦା, ଏକତା ନଗର, ଦ୍ୱାରିକା ନଗର ଭିତରେ ଲୋକଂକ ଘରେ ଓ ରାସ୍ତା ରେ ପାଣି । ତେବେ ଅଧିକ ସମସ୍ୟା ସୃଷ୍ଚି କରୁଛି ନୂଆସାହି ରାସ୍ତା। ରେମୁଣା ଗୋଲେଇ ରୁ ସହରକୁ ଓ ସହରରୁ ମେଡ଼ିକାଲ କଲେଜ କୁ ଯିବା ପାଇଁ ମୁଖ୍ୟ ରାସ୍ତା ।  ରାସ୍ତା ଉପରେ ପାଣି ଲହଡ଼ି ମାରୁଛି। ରାସ୍ତା ଖାଲ ଖମା ଥିବାରୁ ପାଣି ଭିତରେ ଲୋକେ ଗାଡ଼ି ସହ ପଡିଯାଇ ଆହତ ହେଉଛନ୍ତି । ସ୍ଥାୟୀ ସମାଧାନ ହେଉ ନ ଥିବାରୁ ଲୋକେ ଦୁର୍ଦ୍ଦଶା ଭୋଗୁଛନ୍ତି । 

What's Your Reaction?

like

dislike

love

funny

angry

sad

wow