ନାବାଳିକାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ, ନିଜକୁ ପୁଲିସ କହି ୩ ଜଣଙ୍କ ଦୁଷ୍କର୍ମ ଅଭିଯୋଗ, ଜଣେ ଗିରଫ

Sep 23, 2026 - 12:17
ନାବାଳିକାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ, ନିଜକୁ ପୁଲିସ କହି ୩ ଜଣଙ୍କ ଦୁଷ୍କର୍ମ ଅଭିଯୋଗ, ଜଣେ ଗିରଫ

କାଳକାଜୀ ମନ୍ଦିର ନିକଟସ୍ଥ ଏକ ପାର୍କରେ ୧୭ ବର୍ଷୀୟା ନାବାଳିକାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ ହୋଇଛି । ନିଜକୁ ପୁଲିସ ପରିଚୟ ଦେଇ ୩ ଜଣ ଯୁବକ ନାବାଳିକା ଓ ତାଙ୍କ ସାଙ୍ଗଙ୍କୁ ଧମକ ଦେଇଥିବା ଅଭିଯୋଗ ହୋଇଛି । 

ରାଜଧାନୀ ଦିଲ୍ଲୀରୁ ଆସିଛି ଏକ ସମ୍ବେଦନଶୀଳ ଘଟଣା । କାଳକାଜୀ ମନ୍ଦିର ନିକଟସ୍ଥ ଏକ ପାର୍କରେ ୧୭ ବର୍ଷୀୟା ନାବାଳିକାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ ହୋଇଛି । ନିଜକୁ ପୁଲିସ ପରିଚୟ ଦେଇ ୩ ଜଣ ଯୁବକ ନାବାଳିକା ଓ ତାଙ୍କ ସାଙ୍ଗଙ୍କୁ ଧମକ ଦେଇଥିବା ଅଭିଯୋଗ ହୋଇଛି ।

ସୂଚନା ଅନୁସାରେ, ଗତକାଲି ସନ୍ଧ୍ୟାରେ ନାବାଳିକା ଜଣକ ଜଣେ ସାଙ୍ଗଙ୍କ ସହ କାଳକାଜୀ ମନ୍ଦିର ଯାଇଥିଲେ । ଦର୍ଶନ ସାରି କାଳକାଜୀ ଓ ଇସ୍କନ ମନ୍ଦିରକୁ ସଂଯୋଗ କରୁଥିବା ଏକ ପାର୍କରେ ବସିଥିବା ବେଳେ ୩ ଜଣ ଯୁବକ ସେଠାରେ ପହଞ୍ଚିଥିଲେ । ନିଜକୁ ପୁଲିସ କହି ଉଭୟଙ୍କୁ ଧମକ ଦେଇଥିବା ଅଭିଯୋଗ ହୋଇଛି । ରାତି ପ୍ରାୟ ୮ଟା ୪୫ରେ ପୁଲିସକୁ ପିସିଆର୍‌ କଲ୍‌ ମିଳିବା ପରେ ନାବାଳିକାଙ୍କୁ ଉଦ୍ଧାର କରାଯାଇଥିଲା । ଡାକ୍ତରୀ ପରୀକ୍ଷା ପାଇଁ ତାଙ୍କୁ ପଠାଯାଇଥିବା ବେଳେ ପୋକ୍ସୋ ଆକ୍ଟରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା ପୁଲିସର ସ୍ୱତନ୍ତ୍ର ଟିମ୍‌ ।

ତଦନ୍ତ ବେଳେ ଅମର କଲୋନୀ ନିକଟରେ ଜଣେ ଅଭିଯୁକ୍ତଙ୍କ ଚଳପ୍ରଚଳ ସମ୍ପର୍କରେ ପୁଲିସକୁ ସୂଚନା ମିଳିଥିଲା । ପୁଲିସ ଘେରାବନ୍ଦୀ କରିବା ବେଳେ ଅଭିଯୁକ୍ତ ଗୁଳି ଚଳାଇଥିବା ପୁଲିସ କହିଛି । ପୁଲିସର ପାଲଟା ଗୁଳିରେ ଅଭିଯୁକ୍ତ ଆହତ ହୋଇଥିବା ବେଳେ ଘଟଣାସ୍ଥଳରୁ ତାକୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତ ଓଖଲା ମଣ୍ଡିରେ କାମ କରୁଥିବା ଜଣାପଡ଼ିଛି । ଅନ୍ୟ ଦୁଇ ଅଭିଯୁକ୍ତଙ୍କୁ ଧରିବାକୁ ପୁଲିସର ତଲାସି ଅଭିଯାନ ଜାରି ରହିଛି ।

୧୦ ଦିନରେ ଦିଲ୍ଲୀରେ ୪ ଦୁଷ୍କର୍ମ ଅଭିଯୋଗ

ସେପ୍ଟେମ୍ବର ୧୩: ସ୍ୱରୂପ ନଗରରେ ୧୭ ବର୍ଷୀୟା ନାବାଳିକାଙ୍କୁ ଗଣଦୁଷ୍କର୍ମ ଓ ହତ୍ୟା ଅଭିଯୋଗ।

ସେପ୍ଟେମ୍ବର ୧୬: ସଦର ବଜାରରେ ଷଷ୍ଠ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ।

ସେପ୍ଟେମ୍ବର ୨୧: କିଶନଗଞ୍ଜରେ ୬ ବର୍ଷର ଶିଶୁକନ୍ୟାଙ୍କୁ ଦୁଷ୍କର୍ମ ଅଭିଯୋଗ।

ଏବେ: କାଳକାଜୀ ମନ୍ଦିର ନିକଟ ପାର୍କରେ ନାବାଳିକାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ।

ଲଗାତାର ଏଭଳି ଅପରାଧିକ ଘଟଣା ସାମ୍ନାକୁ ଆସିବା ପରେ ଦିଲ୍ଲୀର ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠିଛି । 

What's Your Reaction?

like

dislike

love

funny

angry

sad

wow