ଛତିଶଗଡ଼ ସୀମାରେ ଏନ୍କାଉଣ୍ଟର : ଯବାନଙ୍କ ଗୁଳିରେ ୨ କ୍ୟାଡର ମାଓବାଦୀ ମୃତ

ପୁଣି ପୋଲିସ ଏନକାଉଣ୍ଟରରେ ଦୁଇ ଟପ୍ କ୍ୟାଡର ମାଓବାଦୀ ନିହତ। ଛତିଶଗଡ଼ର କୋଣ୍ଡାଗାଓଁ ଜିଲାର କିଲମ ଜଙ୍ଗଲରେ ପୋଲିସ ମାଓବାଦୀ ମଧ୍ୟରେ ହୋଇଥିଲା ଗୁଳି ବିନିମୟ । ପୋଲିସ ଏନକାଉଣ୍ଟରରେ ନିହତ ହୋଇଥିବା ମାଓବାଦୀ ପୁର୍ବ ବସ୍ତର ସଙ୍ଗଠନର DVCM କ୍ୟାଡର ମାଓବାଦୀ ହଳଧର ଏବଂ ACM କ୍ୟାଡର ମାଓବାଦୀ ରାମେ। ଘଟଣାସ୍ଥଳରୁ ଗୋଟିଏ AK୪୭ ସହ ବିପୁଳ ପରିମାଣର ମାଓ ବିସ୍ଫୋରକ ସାମଗ୍ରୀ ହୋଇଛି ଜବତ । ଅଧିକ ମାଓବାଦୀ ମୃତାହତ ଆଶଙ୍କାରେ ଏବେବି ଜାରି ରହିଛି ତଲାସି ଅଭିଯାନ।
What's Your Reaction?






