ମେ ୬ରୁ ଜୁନ୍ ୧୯ ଯାଏଁ ଖରା ଛୁଟି ପାଇଁ ବନ୍ଦ ରହିବ ସ୍କୁଲ

ମେ ୬ରୁ ଜୁନ୍ ୧୯ ଯାଏଁ ଖରା ଛୁଟି ପାଇଁ ବନ୍ଦ ରହିବ ସ୍କୁଲ

ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଚଳିତ ଶିକ୍ଷା ବର୍ଷ ପାଇଁ ପ୍ରକାଶ ପାଇଛି ଏକାଡେମିକ୍‌ କ୍ୟାଲେଣ୍ଡର। ଏଥିରେ କାର୍ଯ୍ୟଦିବସଠୁ ଆରମ୍ଭ କରି ପ୍ରକାଶ କରାଯାଇଛି ଛୁଟି ଏବଂ ପରୀକ୍ଷା ସମୟ। ଏକାଡେମିକ୍‌ କ୍ୟାଲେଣ୍ଡର ଅନୁଯାୟୀ, ମେ ୬ରୁ ଜୁନ୍‌ ୧୯ ତାରିଖ ଯାଏ ଖରାଛୁଟି ପାଇଁ ବନ୍ଦ ରହିବ ସ୍କୁଲ। ଚଳିତ ଶିକ୍ଷାବର୍ଷରେ ରହିଛି ୫୨ଟି ରବିବାର  । ଏଥିସହ ରହିଛି ୮୦ଟି ପୂଜା ,ବିଭିନ୍ନ ଛୁଟି ଏବଂ ଅତିରିକ୍ତ ୨ଟି ଛୁଟି । ୨୩୧ଟି କାର୍ଯ୍ୟଦିବସ ଅଛି, ଅର୍ଥାତ୍‌ ଶିକ୍ଷକମାନେ ୨୩୧ ଦିନ ସ୍କୁଲ ଆସିବେ । ଶିକ୍ଷା କ୍ୟାଲେଣ୍ଡରକୁ ପାଳନ କରିବାକୁ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଦିଆଯାଇଛି ନିର୍ଦ୍ଦେଶ।ଏପ୍ରିଲ ମାସରେ ୨୨ଟି କାର୍ଯ୍ୟଦିବସ ରହିଥିବା ବେଳେ ମେ’ରେ ୪ଟି, ଜୁନରେ ୮ଟି, ଜୁଲାଇରେ ୨୬, ଅଗଷ୍ଟରେ ୨୨ଟି ଲେଖାଏ ରହିଛି କାର୍ଯ୍ୟ ଦିବସ । ସେହିପରି ସେପ୍ଟେମ୍ୱରରେ ୨୩, ଅକ୍ଟୋବରରେ ୨୦, ନଭେମ୍ୱରରେ ୨୧, ଡିସେମ୍ୱରରେ ୧୮, ଜାନୁଆରୀରେ ୨୩, ଫେବ୍ରୁଆରୀରେ ୨୪ ଓ ମାର୍ଚ୍ଚରେ ୨୨ଟି ଲେଖାଏ ରହିଛି କାର୍ଯ୍ୟ ଦିବସ ।