ରେକର୍ଡ ଛୁଇଁଲା ସେୟାର ବଜାର

ଏକଜିଟ୍ ପୋଲରେ ମୋଦି ସରକାର ପୁଣି ଫେରୁଥିବା ତଥ୍ୟ ଆସିବା ପରେ ସର୍ବକାଳୀନ ରେକର୍ଡ ଛୁଇଁଛି ସେୟାର ବଜାର।ସବୁ ରେକର୍ଡକୁ ପାର କରିଛି ସେନସେକ୍ସ ଓ ନିଫଟି।ସକାଳୁ ସେୟାର ବଜାର ଖୋଲୁ ଖୋଲୁ ଏକାଥରେ ୨୫ ଶହ ପଏଣ୍ଟ ଅଧିକରୁ ଓପେନ୍ କରିଛି ସେନସେକ୍ସ । ଫଳରେ ସେନସେକ୍ସ ରେକର୍ଡ କରିଛି ୭୫ ହଜାରରୁ ଅଧିକ। ନିଫଟି ବି ୬୦୦ ପଏଣ୍ଟ ଗୋଟିଏ ଥରେ ଡେଇଁବା ଯୋଗୁଁ ୨୩ ହଜାର କରିଛି ଅତିକ୍ରମ।ଫଳରେ ‘ଟପ୍ ଗେନର୍’ ରହିଛନ୍ତି ଆଦାନୀ ପୋର୍ଟସ୍, ଆଦାନୀ ଏଣ୍ଟ୍ରପ୍ରାଇଜସ୍, ପାୱାର୍ ଗ୍ରୀଡ, ଶ୍ରୀରାମ ଫିନାସ୍ ଏବଂ NTPC ଭଳି ବିଭିନ୍ନ କମ୍ପାନିର ସେୟର୍। ଅନୁମାନ କରାଯାଉଛି ଯେ, ଆସନ୍ତାକାଲି ଯଦି, ଏକଜିଟ୍ ପୋଲ ସତ ପ୍ରମାଣିତ ହୁଏ ତା'ହେଲେ ଆହୁରି ବଢ଼ିପାରେ ଏହି ସଂଖ୍ୟା । ସେୟାର ମାର୍କେଟରେ ଏହି ବୃଦ୍ଧି ପରେ ଏହାର ପ୍ରଭାବ ସୁନା ଓ ରୂପା ଉପରେ ମଧ୍ୟ ଦେଖାଯିବାର ରହିଛି ସମ୍ଭାବନା ।
What's Your Reaction?






