ମଧ୍ୟପ୍ରଦେଶ ରାଜଗଡ଼ରେ ମର୍ମନ୍ତୁଦ ଦୁର୍ଘଟଣା:୧୩ ମୃତ, ୧୫ ଜଣ ଆହତ

Jun 3, 2024 - 12:14
 0  3
ମଧ୍ୟପ୍ରଦେଶ ରାଜଗଡ଼ରେ ମର୍ମନ୍ତୁଦ ଦୁର୍ଘଟଣା:୧୩ ମୃତ, ୧୫ ଜଣ ଆହତ

 ମଧ୍ୟପ୍ରଦେଶର ରାଜଗଡ଼ରେ ଭାରସାମ୍ୟ ହରାଇ ଓଲଟି ପଡିଛି ଏକ ବରଯାତ୍ରୀ ଭର୍ତ୍ତି ଟ୍ରାକ୍ଟର । ଦୁର୍ଘଟଣାରେ ୧୩ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ  ଆହତ ହୋଇଛନ୍ତି ୧୫ ଜଣ ଲୋକ। ବିବାହ ଉତ୍ସବରେ ଯୋଗଦେବା ପାଇଁ ରାଜସ୍ଥାନ ମୋତୀପୁରାରୁ କୁଲାମପୁର ଯାଉଥିବା ବେଳେ ଦୁର୍ଘଟଣା ଘଟିଥିବା ମିଳିଛି ସୂଚନା ।ମୃତକ ହେଲେ ରାଜସ୍ଥାନର ଝାଲାବାଡ଼ ଜିଲ୍ଲାର।  ଏହି ଦୁର୍ଘଟଣାକୁ ନେଇ ଶୋକ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ସମବେଦନା ଜଣାଇ  ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବ  ଏବଂ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । 

What's Your Reaction?

like

dislike

love

funny

angry

sad

wow