ଚନ୍ଦ୍ରପୃଷ୍ଠରେ ହେବ ନ୍ୟୁକ୍ଲିୟର ପାୱାର ପ୍ଲାଣ୍ଟ

ଚନ୍ଦ୍ରପୃଷ୍ଠରେ ହେବ ନ୍ୟୁକ୍ଲିୟର ପାୱାର ପ୍ଲାଣ୍ଟ। ଏହି ପରମାଣୁ ଶକ୍ତି ପ୍ରକଳ୍ପ ନିର୍ମାଣ କରିବାକୁ ଯାଉଛି ଶକ୍ତିଶାଳୀ ରୁଷିଆ। ଆଉ ଏହି ପ୍ରକଳ୍ପରେ ଋଷିଆ ସହ ହାତ ମିଳାଇବବାକୁ ପ୍ରସ୍ତୁତ ରହିଛି ଭାରତ। ଚନ୍ଦ୍ରପୃଷ୍ଠରେ ନିର୍ମାଣ ହେବାକୁ ଥିବା ଷ୍ଟେସନରେ ଆବଶ୍ୟକ ବିଦ୍ଯୁତ ଶକ୍ତି ପୂରଣ କରିବା ହେଉଛି ଏହି ପ୍ରକଳ୍ପର ଉଦ୍ଦେଶ୍ୟ। ଋଷିଆ, ଭାରତ ସହ ଏହି ପ୍ରକଳ୍ପରେ ସାମିଲ ହେବାକୁ ଇଚ୍ଛା ପ୍ରକାଶ କରିଛି ପଡୋଶୀ ଚାଇନା। ଏହି ପ୍ରକଳ୍ପର ନେତୃତ୍ଵ ନେଇଛି ଋଷିଆର ସରକାରୀ ପରମାଣୁ ନିଗମ ରୋସାଟମ। ଚନ୍ଦ୍ରପୃଷ୍ଠରେ ହେବାକୁ ଥିବା ଏହି ପରମାଣୁ ଶକ୍ତି ପ୍ରକଳ୍ପରୁ ଅଧା ମେଗାୱାଟ ବିଜୁଳି ହେବ ଉତ୍ପାଦନ। ବେସକୁ ଏହି ପ୍ରକଳ୍ପରୁ କରାଯିବ ବିଦ୍ଯୁତ ସଂଯୋଗ। ଆସନ୍ତା ୨୦୩୬ ସୁଦ୍ଧା ପ୍ରସ୍ତୁତ ହୋଇଯିବ ଏହି ପ୍ରକଳ୍ପ। ଏହି ପ୍ରକଳ୍ପ ଦ୍ଵାରା ଭାରତର ହେବ ଅନେକ ଲାଭ।
What's Your Reaction?






