ଦଳ ପରିବର୍ତ୍ତନ ଭିତରେ ବିଜେଡି ନେତ୍ରୀ ସରୋଜିନୀ ହେମ୍ବମଙ୍କ ସ୍ପଷ୍ଟୀକରଣ

ଦଳ ପରିବର୍ତ୍ତନ ଭିତରେ ବିଜେଡି ନେତ୍ରୀ ସରୋଜିନୀ ହେମ୍ବମଙ୍କ ସ୍ପଷ୍ଟୀକରଣ

ଦଳ ପରିବର୍ତ୍ତନ ନେଇ ଚର୍ଚ୍ଚା ଭିତରେ ସ୍ପଷ୍ଟୀକରଣ ରଖିଲେ ବିଜେଡି ନେତ୍ରୀ ସରୋଜିନୀ ହେମ୍ବମ୍। ମୟୂରଭଞ୍ଜ ଜିଲ୍ଲା ବିଜେଡି ନେତ୍ରୀ ତଥା ପୂର୍ବତନ ମନ୍ତ୍ରୀ ,ବିଧାୟକ ତଥା ରାଜ୍ୟସଭା ସାଂସଦ ସରୋଜିନୀ ହେମ୍ବ୍ରମ ପଦ୍ମ ଧରିବା ନେଇ ଚର୍ଚ୍ଚା ଜୋର ଉପରେ କହିଛନ୍ତି ଯେ, ଏହା ସମ୍ପୂର୍ଣ୍ଣ ମିଛ ଓ ସୁପରିକଳ୍ପିତ । ବିଜେଡି ତାଙ୍କ ପରିବାରକୁ ଓ ତାଙ୍କୁ ବହୁତ କିଛି ଦେଇଛି, ତେଣୁ ଆଜିବି ସେ ବିଜେଡି ଦଳରେ ଅଛନ୍ତି ଓ ଦଳ ପାଇଁ କାମ କରୁଛନ୍ତି । ଆଗକୁ ମଧ୍ୟ ଦଳ ପାଇଁ କାମ କରିବି ବୋଲି ନିଜର ସ୍ପଷ୍ଟୀକରଣ ରଖିଛନ୍ତି ଶ୍ରୀମତୀ ସରୋଜିନୀ ହେମ୍ବ୍ରମ୍ ।