ଭାରତରେ ପ୍ରଥମ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ

ଭାରତରେ ପ୍ରଥମ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ

ଭାରତରେ ଚିହ୍ନଟ ହେଲେ ପ୍ରଥମ ମଙ୍କିପକ୍ସ ଆକ୍ରାନ୍ତ। ସଂକ୍ରମିତ ଯୁବକଙ୍କୁ ବୃହତବାସରେ ରଖାଯାଇଥିବା ବେଳେ ତାଙ୍କର ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଥିବା ସ୍ପଷ୍ଟ କରିଛି ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ।ଆକ୍ରାନ୍ତଙ୍କଠାରେ ରହିଛି ଦକ୍ଷିଣ ଆଫ୍ରିକୀୟ କ୍ଲେଡ୍‌-୨ ଭୂତାଣୁ । ନିକଟରେ ମଙ୍କିପକ୍ସ ଆକ୍ରାନ୍ତ ଦେଶରୁ ଫେରିଥିଲେ ସଂପୃକ୍ତ ଯୁବକ । ଅନ୍ୟପଟେ ମଙ୍କିପକ୍ସ ସଂକ୍ରମଣକୁ ନେଇ ସାରା ଦେଶରେ ଜାରି ହୋଇଛି ସତର୍କତା । ୧୧୬ଟି ଦେଶରେ ଗ୍ରେଡ୍-ଥ୍ରୀ ସଂକ୍ରମଣ ବ୍ୟାପିବା ପରେ ଏହାକୁ ପବ୍ଲିକ୍ ହେଲ୍‌ଥ ଏମର୍ଜେନ୍ସି ଅଫ୍ ଗ୍ଲୋବାଲ୍ କନସର୍ନ ବା ବୈଶ୍ୱିକ ଜନସ୍ୱାସ୍ଥ୍ୟ ଜରୁରୀ ସ୍ଥିତି ଘୋଷଣା କରିଥିଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ବିଭିନ୍ନ ଆଫ୍ରିକୀୟ ଦେଶ ସହ ସାଉଦି ଆରବ ଓ ପାକିସ୍ତାନରେ ବି  ଚିହ୍ନଟ ହୋଇଛନ୍ତି ମଙ୍କିପକ୍ସ ରୋଗୀ।