ପ୍ରବଳ ଗରମ, ୧୩ ଶହ ହଜ୍ ଯାତ୍ରୀଙ୍କ ମୃତ୍ୟୁ

ଚଳିତ ବର୍ଷ ଭାରତରେ ପ୍ରବଳ ଗରମ ଅନୁଭୂତ ହୋଇଥିବା ବେଳେ ସାଉଦୀ ଆରବରେ ଏବେ ଜାରି ରହିଛି ଅସମ୍ଭାଳ ସ୍ଥିତି। ସାଉଦ ଆରବସ୍ଥିତ ମକ୍କାରେ ଅସହ୍ୟ ଗରମ ଯୋଗୁ ବଢୁଛି ମୃତ୍ୟୁ ସଂଖ୍ୟା । ବର୍ତ୍ତମାନ ସୁଦ୍ଧା ଏଠାରେ ଅତିକମ୍ରେ ୧୩୦୦ ରୁ ଉର୍ଦ୍ଧ୍ୱ ହଜ୍ ଯାତ୍ରୀଙ୍କ ଗଲାଣି ଜୀବନ । ମୃତକଙ୍କ ମଧ୍ୟରେ ରହିଛନ୍ତି ଅଧିକାଂଶ ଭାରତୀୟ ଓ ଇଜିପ୍ଟର ଯାତ୍ରୀ ।ଚଳିତ ବର୍ଷ ପାଖାପାଖି ୧ ଲକ୍ଷ ୭୫ ହଜାର ଭାରତୀୟ ମକ୍କା ଯାତ୍ରା କରିଛନ୍ତି। ତେବେ ଏହି ମୃତ୍ୟୁ ପ୍ରାକୃତିକ କାରଣରୁ ହୋଇଛି ବୋଲି କହିଛନ୍ତି ସାଉଦୀ ସରକାର । ସେହିପରି ଏହି ସମସ୍ତ ଲୋକଙ୍କ ମୃତ୍ୟୁର କାରଣ ଅସୁସ୍ଥତା ଏବଂ ବୃଦ୍ଧାବସ୍ଥା ବୋଲି ଦର୍ଶାଇଛି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ।
What's Your Reaction?






