ରାଷ୍ଟ୍ରପତି ପାଇଁ ଯୋଗ୍ୟ ନୁହଁନ୍ତି କମଲା ହାରିସ: ଟ୍ରମ୍ପ

Jul 25, 2024 - 14:25
 0  8
ରାଷ୍ଟ୍ରପତି ପାଇଁ ଯୋଗ୍ୟ ନୁହଁନ୍ତି କମଲା ହାରିସ: ଟ୍ରମ୍ପ

ରାଷ୍ଟ୍ରପତି ନିର୍ବାଚନକୁ ନେଇ ଆମେରିକାରେ ବୃଦ୍ଧି ପାଇଛି ରାଜନୈତିକ ତାପମାତ୍ରା। ତୀବ୍ର ହୋଇଛି ନେତାଙ୍କ ପରସ୍ପର ଉପରେ ରାଜନୈତିକ ଆକ୍ରମଣ। ଏହି ସମୟରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଉପରାଷ୍ଟ୍ରପତି କମଲା ହାରିସଙ୍କୁ କରିଛନ୍ତି ନିଶାଣ।ସେ କହିଛନ୍ତି ଯେ, ଦେଶ ଶାସନ କରିବାକୁ ଯୋଗ୍ୟ ନୁହଁନ୍ତି ଉପରାଷ୍ଟ୍ରପତି କମଲା ହାରିସ । ଯଦି ସେ କେବେ କ୍ଷମତାକୁ ଆସନ୍ତି, ତେବେ ସେ ଏହି ଦେଶକୁ ଅତି ଶୀଘ୍ର ଧ୍ୱଂସ କରିବେ। ଆମେ ଏହା କରିବାକୁ ଦେବୁ ନାହିଁ। ଅନ୍ୟପଟେ ରାଷ୍ଟ୍ରପତି ନିର୍ବାଚନରୁ ଓହରିବା ପରେ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଭାଷଣ ଦେଇ ଜୋ ବାଇଡେନ କହିଛନ୍ତି ଯେ- ଯୁବବର୍ଗଙ୍କ ସ୍ବରକୁ ଶକ୍ତିଶାଳୀ କରିବାକୁ ଚାହେଁ । ଦେଶର ଗଣତନ୍ତ୍ରର ସୁରକ୍ଷା ଲାଗି ପ୍ରତିବଦ୍ଧ ହେବାକୁ ସେ ଦେଶବାସୀଙ୍କୁ ଦେଇଛନ୍ତି ଆହ୍ବାନ । ଗଣତନ୍ତ୍ରର ସୁରକ୍ଷା ଆଭିମୁଖ୍ଯ ନେଇ ସେ ନିର୍ବାଚନ ମଇଦାନରୁ ଓହରିଛନ୍ତି । ତେବେ ସେ ରିପବ୍ଲିକାନ ପ୍ରାର୍ଥୀ ଡୋନାଲଡ ଟ୍ରମ୍ପଙ୍କ ନାଁ ନେଇ ନଥିବା ମିଳିଛି ସୂଚନା । ବାଇଡେନ ଆହୁରି କହିଛନ୍ତି ଯେ- ସେ ଦେଶକୁ ଭଲ ପାଆନ୍ତି । ଦେଶର ରାଷ୍ଟ୍ରପତି ହୋଇଥିବାରୁ ସେ ଗର୍ବବୋଧ । 

What's Your Reaction?

like

dislike

love

funny

angry

sad

wow