୧୨୨ କୋଟିର ମହାଠକେଇ, ଆକ୍ସନ୍ ମୋଡ୍‌ରେ ଇଡି, ୧୦ ସ୍ଥାନରେ ରେଡ୍

Nov 4, 2026 - 12:07
୧୨୨ କୋଟିର ମହାଠକେଇ, ଆକ୍ସନ୍ ମୋଡ୍‌ରେ ଇଡି, ୧୦ ସ୍ଥାନରେ ରେଡ୍

୧୨୨ କୋଟି ଟଙ୍କାର ଠକେଇ ମାମଲାରେ ଆକ୍ସନ୍ ମୋଡ୍‌ରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡି । କଳ୍ପନା ଫାଇନାନ୍ସ ସର୍ଭିସେସ୍ ଠକେଇ ମାମଲାରେ ଓଡ଼ିଶା ସମେତ ପଶ୍ଚିମବଙ୍ଗର ବିଭିନ୍ନ ସ୍ଥାନରେ ଏକକାଳୀନ ଚଢ଼ାଉ କରୁଛି ଇଡି । 

 ୧୨୨ କୋଟି ଟଙ୍କାର ଠକେଇ ମାମଲାରେ ଆକ୍ସନ୍ ମୋଡ୍‌ରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡି । କଳ୍ପନା ଫାଇନାନ୍ସ ସର୍ଭିସେସ୍ ଠକେଇ ମାମଲାରେ ଓଡ଼ିଶା ସମେତ ପଶ୍ଚିମବଙ୍ଗର ବିଭିନ୍ନ ସ୍ଥାନରେ ଏକକାଳୀନ ଚଢ଼ାଉ କରୁଛି ଇଡି । ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ବିଶୋଳ ଗାଁରେ ଥିବା କମ୍ପାନୀର ଓଡ଼ିଶା ମୁଖ୍ୟ ଈଶ୍ୱର ବିନ୍ଧାଣୀଙ୍କ ଘରେ ମଧ୍ୟ ରେଡ୍ ହୋଇଛି । ଏହି ଚଢ଼ାଉକୁ ନେଇ ଅଞ୍ଚଳରେ ଚର୍ଚ୍ଚା ଜୋର୍ ଧରିଛି ।

ସୂଚନା ଅନୁସାରେ, ଅଧିକ ସୁଧ ଦେବାର ପ୍ରଲୋଭନ ଦେଖାଇ ଓଡ଼ିଶା ଓ ପଶ୍ଚିମବଙ୍ଗର ହଜାର ହଜାର ଲୋକଙ୍କଠାରୁ ଟଙ୍କା ଆଦାୟ କରିଥିଲା କଳ୍ପନା ଫାଇନାନ୍ସ ସର୍ଭିସେସ୍ । ଏହି ଉପାୟରେ ପ୍ରାୟ ୧୨୨ କୋଟି ଟଙ୍କାର ଠକେଇ ହୋଇଥିବା ଅଭିଯୋଗ ରହିଛି ।

ଏହି ମାମଲାରେ ଗତ ଜାନୁଆରୀ ୩ ତାରିଖ ୨୦୨୬ରେ କମ୍ପାନୀର ମୁଖ୍ୟ ଅମିତ ମଣ୍ଡଳଙ୍କୁ ପଶ୍ଚିମବଙ୍ଗରୁ ଗିରଫ କରିଥିଲା ଓଡ଼ିଶା କ୍ରାଇମବ୍ରାଞ୍ଚର ଇଓଡବ୍ଲ୍ୟୁ । ପରବର୍ତ୍ତୀ ସମୟରେ ଏହି ମାମଲାରେ ଇଡି ତଦନ୍ତ ଆରମ୍ଭ କରିଥିଲା ।

ତଦନ୍ତର ଅଗ୍ରଗତି ପରେ ଏବେ ଏକାସାଙ୍ଗରେ ଚଢ଼ାଉ କରିଛି ଇଡି । ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲାର ଉଦଳା ଓ କପ୍ତିପଦା, କଟକ, ଭୁବନେଶ୍ୱର ଏବଂ ଅନୁଗୁଳ ସମେତ ବିଭିନ୍ନ ସ୍ଥାନରେ ଯାଞ୍ଚ ଚାଲିଛି । ସେହିପରି ପଶ୍ଚିମବଙ୍ଗର ବାଙ୍କୁଡ଼ା ଓ କୋଲକାତାରେ ମଧ୍ୟ ଚଢ଼ାଉ ଜାରି ରହିଛି । ମୋଟାମୋଟି ଭାବେ ପ୍ରାୟ ୧୦ଟି ସ୍ଥାନରେ ଇଡି ଟିମ୍ ଯାଞ୍ଚ କରୁଥିବା ସୂଚନା ମିଳିଛି ।

What's Your Reaction?

like

dislike

love

funny

angry

sad

wow