ବଢ଼ୁଛି ମହାନଦୀର ଜଳସ୍ତର

Jul 29, 2024 - 12:07
 0  3
ବଢ଼ୁଛି ମହାନଦୀର ଜଳସ୍ତର

 ହୀରାକୁଦର ୨୦ଟି ଫାଟକ ଦେଇ ନିଷ୍କାସିତ ହେଉଛି ବର୍ଷା ଜଳ। ଏବେ ହୀରାକୁଦ ଜଳଭଣ୍ଡାରର ୬୧୬.୭୯ ଫୁଟ୍ ରହିଛି ଜଳସ୍ତର । ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ୨ ଲକ୍ଷ ୪୬ ହଜାର ୫୯୧ କ୍ୟୁସେକ୍ ଜଳ ପ୍ରବେଶ କରୁଥିବା ବେଳେ ନିଷ୍କାସିତ ହେଉଛି ୩ ଲକ୍ଷ ୪୬ ହଜାର ୬୯୮ କ୍ୟୁସେକ ଜଳ। ପଥରଳା ଓ ଖଇରମାଳରେ ବଢିବାରେ ଲାଗିଛି  ମହାନଦୀ ଜଳସ୍ତର । ଖଇରମାଳରେ ଏବେ ୫ ଲକ୍ଷ ୨ ହଜାର କ୍ୟୁସେକ୍ ଜଳ ହେଉଛି ପ୍ରବାହିତ । ସେହିପରି ପଥରଳାରେ ୧ ଲକ୍ଷ ୩ ହଜାର ୫୨୦ କ୍ୟୁସେକ୍ ଜଳ ପ୍ରବାହିତ ହେଉଛି। ବରମୂଳ ଓ ମୁଣ୍ଡଳିରେ ସ୍ଥିର ରହିଛି ଜଳସ୍ତର । ଆସନ୍ତାକାଲି ଦିନ ୧୧ଟାରେ ମୁଣ୍ଡଳିରେ ପହଞ୍ଚିବ ପ୍ରଥମ ବନ୍ୟାଜଳ।

What's Your Reaction?

like

dislike

love

funny

angry

sad

wow