ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଶ୍ରମିକ ମୃତ

Jun 29, 2024 - 12:04
 0  2
ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଶ୍ରମିକ ମୃତ

ବଲାଙ୍ଗିର ସହର ଡୁଙ୍ଗରିପଡାରେ ଗଛ କାଟୁଥିବା ସମୟରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ଶ୍ରମିକଙ୍କ ମୃତ୍ୟୁ । ମୃତ ଶ୍ରମିକ ଜଣଙ୍କ ହେଲେ କାଲିଝରଣ ଗାଁର କୁମାର ହରପାଳ।ସୂଚନା ଅନୁଯାୟୀ,ଡୁଙ୍ଗରିପଡାରେ ରହୁଥିବା ଜଣେ ଡାକ୍ତର ନିଜ ଘର ନିକଟରେ ଥିବା ଗଛ କାଟିବା ପାଇଁ କୁମାରଙ୍କୁ ଡାକିଥିଲେ। ଗତକାଲି କୁମାର ଡାକ୍ତରଙ୍କ ଘର ପାଖରେ ଥିବା ଗଛ କାଟୁଥିଲେ। ଗଛ କାଟୁଥିବା ସମୟରେ ନିକଟରେ ଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ କୁମାର ଆସିଯାଇଥିଲେ ଓ ତାଙ୍କର ମୃତ୍ୟୁ ଘଟିଥିଲା।  ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାବା ସହ ଘଟଣାର ତଦନ୍ତ କରୁ ପୁଲିସଛି। କୁମାରଙ୍କ  ମୃତ୍ୟୁ ପରେ ପରିବାରରେ ଖେଳିଯାଇଛି ଶୋକର ଛାୟା । 

What's Your Reaction?

like

dislike

love

funny

angry

sad

wow