ସଚିବ ବିଷ୍ଣୁପଦ ସେଠୀଙ୍କୁ ସମନ

Dec 14, 2024 - 15:21
 0  1
ସଚିବ ବିଷ୍ଣୁପଦ ସେଠୀଙ୍କୁ ସମନ

ଭୁବନେଶ୍ୱରରେ ମର୍ସିଡିଜ କାରରୁ ୧୦ଲକ୍ଷ ଟଙ୍କା ଜବତ ଘଟଣାରେ ସଚିବ ବିଷ୍ଣୁପଦ ସେଠୀଙ୍କୁ ସମନ ପଠାଇଛି ସିବିଆଇ। ଗତ ୧୦ ତାରିଖରେ ଦିଲ୍ଲୀ ସିବିଆଇ ପଠାଇଛି ଏହି ସମନ । ତେବେ ଟେଣ୍ଡର ଫିକ୍ସିଂ ମାମଲାରେ ଗିରଫ ହୋଇଥିବା ତିନି ଅଭିଯୁକ୍ତଙ୍କ ଆକାଉଣ୍ଟରୁ ବିଷ୍ଣୁପଦଙ୍କ ଡ୍ରାଇଭରଙ୍କ ଆକାଉଣ୍ଟକୁ ଟଙ୍କା ଯାଇଥିବା ରହିଛି ସୂଚନା । ଏହି ସୂଚନା ଆଧାରରେ ତନାଘନା କରୁଛି ସିବିଆଇ। ଉକ୍ତ ମାମଲାରେ ବିଷ୍ଣୁପଦଙ୍କ ଠାରୁ ତାଙ୍କ ଡ୍ରାଇଭରଙ୍କ ବିଷୟରେ ସିବିଆଇ ଜାଣିବାକୁ ଚାହୁଁଛି ଗୁରୁତ୍ଵପୂର୍ଣ୍ଣ ତଥ୍ୟ । ଏହି ପରିପ୍ରେକ୍ଷୀରେ ସିବିଆଇ ତାଙ୍କୁ ସମନ କରିଥିବା ମିଳିଛି ସୂଚନା।ସେପଟେ ଏହି ଘଟଣାକୁ ନେଇ ମୁହଁ ଖୋଲିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ସେ କହିଛନ୍ତି ଯେ, ଦୁର୍ନୀତି ପ୍ରମାଣିତ ହେଲେ ନିଆଯିବ କାର୍ଯ୍ୟାନୁଷ୍ଠାନ । ଦୁର୍ନୀତି ପ୍ରତି ସରକାରଙ୍କ ଶୂନ୍ୟ ସହନଶୀଳତା ରହିଛି। ଯେତେବଡ଼ ଅଧିକାରୀ ହେଉ କି ମନ୍ତ୍ରୀ କାର୍ଯ୍ୟାନୁଷ୍ଠାନ ହେବ ହିଁ ହେବ। ଯଦି ଲିଙ୍କ ବାହାରେ ନିଶ୍ଚିନ୍ତ ତଦନ୍ତ ହେବ ବୋଲି କହିଛନ୍ତି ମନ୍ତ୍ରୀ  ହରିଚନ୍ଦନ।

What's Your Reaction?

like

dislike

love

funny

angry

sad

wow