ବିବାଦ ପରେ ଖୋଲିଲା ବିରଜା ହାଟ

ବହୁ ବାଦବିବାଦ ପରେ ଶେଷରେ ଖୋଲିଛି ବିରଜା-ଆଗ୍ନେଶ୍ୱର ହାଟ। ବେଆଇନ ଭାବେ ବିରଜା ପ୍ରକଳ୍ପ ନିର୍ମାଣ ଆଳରେ ହୋଇଥିଲା ସ୍ଥାନାନ୍ତର। ବ୍ୟବସାୟ ନହେବାରୁ ଅସନ୍ତୋଷ ଥିଲେ ଚାଷୀ ଆଉ ବ୍ୟବସାୟୀ । ଆଜି ସକାଳୁ ବିରଜା ଅଗ୍ନେଶ୍ୱର ହାଟରେ ଦୁଇ ପ୍ଲାଟୁନ ପୋଲିସ ସୁରକ୍ଷା ସହ ଆରମ୍ଭ ହୋଇଛି ବ୍ୟବସାୟ । ହାଟକୁ ନେଇ ୧୧ ମାସ ହେଲା ଲାଗି ରହିଥିଲା ବିବାଦ । ଦୁଇ ଦିନ ତଳେ ବିବାଦର ହୋଇଥିଲା ସମାଧାନ । ଜିଲ୍ଲାପାଳଙ୍କ ପ୍ରତିଶ୍ରୁତି ପରେ ଆଜି ଖୋଲିଛି ହାଟ ।
What's Your Reaction?






