ଇଞ୍ଜିନିୟର ଅତୁଲ ସୁଭାଷ ଆତ୍ମହତ୍ୟା ମାମଲା ; ପତ୍ନୀଙ୍କ ସହ ୩ ଗିରଫ

ବେଙ୍ଗାଲୁରୁର ଏଆଇ ଇଞ୍ଜିନିୟର ଅତୁଲ ସୁଭାଷ ଆତ୍ମହତ୍ୟା ମାମଲାରେ ଇଞ୍ଜିନିୟରଙ୍କ ପତ୍ନୀ ନିକିତା ସିଙ୍ଘାନିଆ ତାଙ୍କ ମା' ନିଶା ସିଙ୍ଘାନିଆ ଓ ଭାଇ ଅନୁରାଗକୁ ଗିରଫ କରିଛି ବେଙ୍ଗାଲୁରୁ ପୋଲିସ।ପତ୍ନୀ ନିକିତାଙ୍କୁ ଗୁରୁଗ୍ରାମରୁ ଗିରଫ କରାଯାଇଥିବାବେଳେ ତାଙ୍କ ମା’ ଓ ଭାଇଙ୍କୁ ପ୍ରୟାଗରାଜରୁ କରାଯାଇଛି ଗିରଫ । ୩ଜଣଙ୍କୁ ଗିରଫ କରାଯାଇ ଅଦାଲତରେ କରାଯାଇଥିଲା ହାଜର । ସେଠାରୁ ସେମାନଙ୍କୁ ନ୍ୟାୟିକ ହେପାଜତକୁ ପଠାଇ ଦିଆଯାଇଛି।ତେବେ କିଛି ଦିନ ପୂର୍ବରୁ ନିକିତା ଓ ତାଙ୍କ ପରିବାର ଉପରେ ଅତୁଲଙ୍କୁ ମାନସିକ ନିର୍ଯାତନା ଓ ଜବରଦସ୍ତି ଟଙ୍କା ଆଦାୟ କରାଯାଇଥିବା ହୋଇଥିଲା ଅଭିଯୋଗ । ଏହି ଅଭିଯୋଗ କରିବା ପରେ ସାମାଜିକ ଗଣମାଧ୍ୟମରେ ନିଜ ଦୁଃଖ ସମ୍ପର୍କିତ ଭିଡିଓ ପୋଷ୍ଟ କରି ଆତ୍ମହତ୍ୟା କରିଥିଲେ ଯୁବ ଇଞ୍ଜିନିୟର ଅତୁଲ। ଏହା ପରେ ଅର୍ଥାତ ୩ ଦିନ ପୂର୍ବରୁ ନିକିତାଙ୍କ ଯୌନପୁର ସ୍ଥିତ ଘର କାନ୍ଥରେ ନୋଟିସ୍ ମାରିଥିଲା ବେଙ୍ଗାଲୁରୁ ପୋଲିସ।
What's Your Reaction?






