ପୁରୁଣା କାର କିଣାବିକା ଉପରେ ବଢ଼ିଲା ୬ ପ୍ରତିଶତ ଜିଏସଟି

ରାଜସ୍ଥାନ ଜୈସଲମରରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ହୋଇଥିବା ୫୫ ତମ ଜିଏସଟି କାଉନସିଲ ବୈଠକରେ ସର୍ବ ସମ୍ମତି କ୍ରମେ ଜିଏସଟି କର ଉପରେ ନିଆଯାଇଛି ବଡ଼ ନିଷ୍ପତ୍ତି । ବିଭିନ୍ନ ସାମଗ୍ରୀ ଉପରେ ଜିଏସଟି କର ବୃଦ୍ଧି କରାଯାଇଥିବା ବେଳେ ଟାଳି ଦିଆଯାଇଛି କେତେକ ପ୍ରସ୍ତାବକୁ ।
ପୁରୁଣା କାର ଉପରେ ଜିଏସଟି ଦର ୧୨% ବଦଳରେ ୧୮% ଆଦାୟ କରିବାକୁ ନିଆଯାଇଛି ନିଷ୍ପତ୍ତି ।ସେହିପରି ବ୍ୟବସାୟିକ ପ୍ରତିଷ୍ଠାନ କାର କିଣୁଥିଲେ ଦେବାକୁ ପଡିବ ୧୮% ଜିଏସଟି ।
କୌଣସି ବ୍ୟକ୍ତି ପୁରୁଣା କାର କିଣିଲେ ବା ବିକିଲେ ପୂର୍ବପରି ୧୨% ଜିଏସଟି ଦେବେ ।ନୂଆ ବୈଦୂତିକ କାର ଉପରେ ଆଦାୟ ହେବ ୫% ଜିଏସଟି ।
ସେହିପରି ପପକର୍ଣ୍ଣର ସ୍ୱାଦ ଓ ପ୍ରକାର ଅନୁସାରେ ୫ , ୧୨ ଓ ୧୮% ହାରରେ ଜିଏସଟି ଆଦାୟ କରାଯିବ
ଜିନ ଥେରାପିକୁ କରାଯାଇଛି ଜିଏସଟି ମୁକ୍ତ
ରିଟେଲର ଦ୍ୱାରା ଦିଆଯାଉଥିବା ଗିଫ୍ଟ ଭାଉଚରକୁ ଜିଏସଟି ପରିସର ବାହାରେ ରଖାଯାଇଛି
ସ୍ୱାସ୍ଥ୍ୟ ବୀମା ଓ ଜୀବନ ବୀମା ଉପରେ ଘୁଞ୍ଚିଛି ଟିକସ ହ୍ରାସ ନିଷ୍ପତ୍ତି
ଜମାଟୋ, ସ୍ୱିଗି ଭଳି ସଂସ୍ଥାଠୁ ଅନଲାଇନ ଖାଦ୍ୟ ବରାଦ ଉପରେ ଜିଏଟି ହ୍ରାସ ନିଷ୍ପତ୍ତିକୁ ମଧ୍ୟ ଟାଳି ଦିଆଯାଇଛି
ରୁଣ ନେଇଥିବା ବ୍ୟକ୍ତିଙ୍କ ଉପରେ ବ୍ୟାଙ୍କ ଲଗାଉଥିବା ଜରିମାନା ରାଶି ଉପରେ ରହିଛି ଶୂନ୍ୟ ପ୍ରତିଶତ ଜିଏସଟି
ବିମାନ ଇନ୍ଧନକୁ ଜିଏସଟି ପରିସରକୁ ଆଣିବା ଲାଗି ହୋଇପାରିନି ସର୍ବସମ୍ମତି
ସେହିପରି ଅପରିବର୍ତ୍ତିତ ରହିଛି ହୋଟେଲ ଓ ରେଷ୍ଟୁରାଣ୍ଟ ଉପରେ ଲାଗୁଥିବା ଜିଏସଟି ଦର
What's Your Reaction?






