ଏନସିଇଆରଟି ବହିକୁ ନେଇ ସିଜେଆଇ କ୍ଷୁବ୍ଧ
ଏନସିଇଆରଟିର ଅଷ୍ଟମ ଶ୍ରେଣୀ ପୁସ୍ତକରେ ନ୍ୟାୟପାଳିକାରେ ଦୁର୍ନୀତି ସମ୍ପର୍କିତ କିଛି ଅଂଶ ଉପରେ ଗଭୀର ଉଦବେଗ ପ୍ରକାଶ କରିବା ସହିତ ଆପତ୍ତି ଉଠାଇଛନ୍ତି ସର୍ବୋଚ୍ଚଅଦାଲତ ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ । ପ୍ରଧାନ ବିଚାରପତି କହିଛନ୍ତି ଯେ, ଏହା ସମ୍ପୂର୍ଣ୍ଣ ନିନ୍ଦନୀୟ। କୌଣସି ସଂସ୍ଥାକୁ ବଦନାମ କି ଅପମାନିତ ହେବାକୁ ଦିଆଯିବନାହିଁ ।ଯିଏ ଯେତେ ବଡ଼ ହୋଇଥାନ୍ତୁ ନା କାହିଁକି ,ଗ୍ରହଣ କରାଯିବ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ।ଏନସିଇଆରଟି ନାଗରିକ ଶାସ୍ତ୍ର ପୁସ୍ତକରେ ଦୁର୍ନୀତି ନ୍ୟାୟପାଳିକାକୁ କିପରି ପ୍ରଭାବିତ କରେ,ସେନେଇ ରହିଛି ଉଲ୍ଲେଖ । ଏହା ବ୍ୟତୀତ, ଅଦାଲତରେ ମାମଲାଗୁଡ଼ିକ ପଡ଼ିରହିବା ଏବଂ କମ ସଂଖ୍ୟକ ବିଚାରପତିଙ୍କ ଆହ୍ୱାନ ଭଳି ଜିନିଷଗୁଡ଼ିକ ମଧ୍ୟ ଏଥିରେ ରହିଛି ସାମିଲ ।
What's Your Reaction?