ଭାରତ-ପାକ ଯୁଦ୍ଧ ଉପରେ ଟ୍ରମ୍ପଙ୍କ ବଡ଼ ଦାବି
ପୁଣି ଏକ ଗୁରୁତ୍ୱପୂର୍ଣ୍ଣ ଦାବି କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଅପରେଶନ ସିନ୍ଦୂରକୁ ନେଇ ଷ୍ଟେଟ୍ ଅଫ୍ ଦି ୟୁନିଅନ୍ ଅଭିଭାଷଣରେ ନିଜ ଭୂମିକାକୁ ଦୋହରାଇ ଟ୍ରମ୍ପ କହିଛନ୍ତି ଯେ, ଯଦି ସେ ହସ୍ତକ୍ଷେପ କରିନଥାନ୍ତେ, ତେବେ ଭାରତ ପାକିସ୍ଥାନ ସାମରିକ ଉତ୍ତେଜନାରେ ୩ କୋଟିରୁ ଅଧିକ ଲୋକଙ୍କର ହୋଇଥାନ୍ତା ମୃତ୍ୟୁ।ଅଧିକ ଖରାପ ହୋଇଥାନ୍ତା ପରିସ୍ଥିତି। ଭାରତ ସହ ଯୁଦ୍ଧ ରୋକିବାକୁ ଗୁହାରି କରିଥିଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ। ସରିଫଙ୍କ ଜୀବନ ରକ୍ଷା କରିଥିଲା ତାଙ୍କର କୂଟନୈତିକ ହସ୍ତକ୍ଷେପ । ଟ୍ରମ୍ପ ଆହୁରି କହିଛନ୍ତି ଯେ, " ମୁଁ ୧୦ ମାସରେ ବନ୍ଦ କରିଦେଇଥିଲି କାମ୍ବୋଡିଆ ଏବଂ ଥାଇଲାଣ୍ଡ ସମେତ ଆଠଟି ଯୁଦ୍ଧ। ଏଭଳି କହି ପୁଣି ଥରେ ଯୁଦ୍ଧ ରୋକିବାର ଶ୍ରେୟ ନେଇଛନ୍ତି ଡୋନାଲ୍ଡ ଟ୍ରମ୍ପ।
What's Your Reaction?