ବଢ଼ୁଛି ଗ୍ୟାସ୍ ବୁକିଂ ସଂଖ୍ୟା

Mar 10, 2026 - 13:39
 0  0
ବଢ଼ୁଛି ଗ୍ୟାସ୍ ବୁକିଂ ସଂଖ୍ୟା

ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଯୋଗୁଁ ଉପଭୋକ୍ତାଙ୍କୁ ଘାରିଛି ଏଲପିଜି ସଂକଟ ଚିନ୍ତା।ହୋମ ଡେଲିଭରି ସେବା ମିଳିବା ବନ୍ଦ ହୋଇ ଏବେ ହୋଇଯାଇଛି ଫାଷ୍ଟ କମ୍‌ ଫାଷ୍ଟ ସର୍ଭିସ୍‌ ।  ଗ୍ୟାସ୍‌ ସିଲିଣ୍ଡର ପାଇଁ ରାତିରୁ ଲମ୍ବା ଲାଇନ୍‌ରେ ବସିଛନ୍ତି ଗ୍ରାହକ । ଖଣ୍ଡଗିରି ଲିଙ୍ଗରାଜ HP ଗ୍ୟାସ ଷ୍ଟେସନ ସାମ୍ନାରେ ଦେଖିବାକୁ ମିଳିଛି ଏପରି କିଛି ଦୃଶ୍ୟ।କେବଳ ଏତିକି ନୁହେଁ, ଅଚାନକ ବଢ଼ିଯାଇଛି ଏଲପିଜି ବୁକିଂ ସଂଖ୍ୟା । ଯେଉଁ ଏଜେନ୍ସିରେ ଦିନକୁ ୨୦ରୁ ୩୦ଟି ସିଲିଣ୍ଡର ପାଇଁ ବୁକିଂ ହେଇଥିଲା, ଏବେ ସେଠି ସଂଖ୍ୟା ଦିନକୁ ଟପୁଛି ଶହେ। ତେବେ ଏଲପିଜି ସଂକଟ ଆଶଙ୍କା ବଢ଼ୁଥିବାବେଳେ ଭୟଭୀତ ନହେବାକୁ ବିଭିନ୍ନ ଗ୍ୟାସ କମ୍ପାନୀ ପକ୍ଷରୁ ଉପଭୋକ୍ତାଙ୍କ ମୋବାଇଲକୁ ଆସିଛି ମେସେଜ୍।

What's Your Reaction?

like

dislike

love

funny

angry

sad

wow