ଡୋନାଲ୍ଡ ଟ୍ରମ୍ପଙ୍କୁ ଇରାନର ଦୃଢ଼ ଜବାବ
ଡୋନାଲ୍ଡ ଟ୍ରମ୍ପଙ୍କୁ ଇରାନର ଦୃଢ଼ ଜବାବ। ଯଦି ଆକ୍ରମଣ ଜାରି ରହେ ତେବେ ଷ୍ଟ୍ରେଟ୍ ଅଫ୍ ହରମୁଜ ଦେଇ ଗୋଟିଏ ଲିଟର ବି ତେଲ କେହି ନେଇପାରିବେ ନାହିଁ ବୋଲି କହିଛି ଇରାନ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ୍ ଟ୍ରମ୍ପ ଷ୍ଟ୍ରେଟ୍ ଅଫ୍ ହରମୁଜକୁ କବ୍ଜା କରିବା ନେଇ ବୟାନ ଦେବା ପରେ ଇରାନ ପକ୍ଷରୁ ଆସିଛି ଏଭଳି ପ୍ରତିକ୍ରିୟା। ଇରାନ ଓମାନ ମଧ୍ୟ ଦେଇ ଯାଇଥିବା ୩୨ କିମି ଓସାରର ଏହି ଏକ ସଂକୀର୍ଣ୍ଣ ଜଳପଥ ହେଉଛି ଷ୍ଟ୍ରେଟ୍ ଅଫ ହରମୁଜ। ଏହି ରାସ୍ତା ଦେଇ ବିଶ୍ୱର ୨୦% ତୈଳ ହୋଇଥାଏ ରପ୍ତାନୀ। ବର୍ତ୍ତମାନ ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଲାଗି ରହିଥିବାରୁ ଏହି ଜଳପଥକୁ ବନ୍ଦ କରି ଦେଇଛି ଇରାନ। ଫଳରେ ସାରା ବିଶ୍ୱରେ ବର୍ତ୍ତମାନ ଗ୍ୟାସ ଓ ତୈଳ ରପ୍ତାନୀ ହୋଇଛି ବାଧାପ୍ରାପ୍ତ। ଭାରତରେ ମଧ୍ଯ ଗମ୍ଭୀର ହେଲାଣି ଏହାର ପ୍ରଭାବ ।
What's Your Reaction?