ଓଡ଼ିଶା ସଚିବାଳୟରେ ଖାଲି ପଡ଼ିଛି ବଡ଼ବାବୁଙ୍କ ପଦବୀ
ଓଡ଼ିଶା ସଚିବାଳୟରେ ଖାଲି ପଡ଼ିଛି ବଡ଼ବାବୁଙ୍କ ପଦବୀ। ୧୦୫ ଅନୁ ଶାସନ ସଚିବ ଓ ଗୋଟିଏ ଅତିରିକ୍ତ ଶାସନ ସଚିବ ପଦବୀ ଖାଲି ପଡ଼ିଥିବାବେଳେ ୨ ଯୁଗ୍ମ ଶାସନ ସଚିବ ଓ ୨ ଉପ ଶାସନ ସଚିବ ପଦବୀ ମଧ୍ୟ ପଡ଼ିଛି ଖାଲି। ସେହିପରି ୪ର୍ଥ ଡେସ୍କ ଅଧିକାରୀ, ୩୬୫ ଉପବିଭାଗ ଅଧିକାରୀ ପଦବୀ ମଧ୍ୟ ଖାଲି ପଡ଼ିଛି। ଏଥିସହିତ ଖାଲି ରହିଛି ୩୪୮ ସହକାରୀ ଉପବିଭାଗ ଅଧିକାରୀ ପଦବୀ।ବିଧାନସଭାରେ ବିଧାୟକ ସୌଭିକ୍ ବିଶ୍ୱାଳଙ୍କ ପ୍ରଶ୍ନରେ ଏହି ଲିଖିତ ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସୌଭିକ ମୁଖ୍ୟମନ୍ତ୍ରୀଙ୍କୁ ପଚାରିଥିଲେ ଯେ,ଓଡ଼ିଶା ସଚିବାଳୟ ସେବାରେ କେଉଁ ପଦବୀରେ ଖାଲି ପଡ଼ିଛି କେତେ ପଦବୀ,ତାହା ପୂରଣ ପାଇଁ ନିଆଯାଇଛି କି କି ପଦକ୍ଷେପ।
What's Your Reaction?