କୋଟିଆକୁ ନେଇ ଆସନ୍ତାକାଲି ବସିବ ସର୍ବଦଳୀୟ ବୈଠକ : ରାଜସ୍ବ ମନ୍ତ୍ରୀ କହିଲେ, ସମସ୍ତଙ୍କୁ ନେଇ ଆଗକୁ ବଢ଼ିବୁ
କୋଟିଆ ସୀମା ବିବାଦକୁ ନେଇ ଆସନ୍ତାକାଲି ବସିବ ସର୍ବଦଳୀୟ ବୈଠକ। ଏନେଇ ସୂଚନା ଦେଇଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ। କୋଟିଆ ବିବାଦ ପ୍ରସଙ୍ଗରେ ସମସ୍ତଙ୍କୁ ନେଇ ଆଗକୁ ବଢ଼ିବୁ ବୋଲି ପ୍ରତିକ୍ରିୟା ରଖି କହିଛନ୍ତି ସୁରେଶ ପୂଜାରୀ
କୋଟିଆ ସୀମା ବିବାଦକୁ ନେଇ ଆସନ୍ତାକାଲି ବସିବ ସର୍ବଦଳୀୟ ବୈଠକ। ଏନେଇ ସୂଚନା ଦେଇଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ। କୋଟିଆ ବିବାଦ ପ୍ରସଙ୍ଗରେ ସମସ୍ତଙ୍କୁ ନେଇ ଆଗକୁ ବଢ଼ିବୁ ବୋଲି ପ୍ରତିକ୍ରିୟା ରଖି କହିଛନ୍ତି ସୁରେଶ ପୂଜାରୀ। କାହା ଅଧ୍ୟକ୍ଷତାରେ ବସିବ ବୈଠକ ସେ ନେଇ ଆଜି ସୁଦ୍ଧା ଚୂଡ଼ାନ୍ତ ହେବ। ଆନ୍ଧ୍ରର ବେଆଇନ କାର୍ଯ୍ୟକଳାପ ବିରୋଧରେ ପୁଣି ସୁପ୍ରିମକୋର୍ଟରେ ଫେରାଦ ହେବେ ଓଡ଼ିଶା ସରକାର। ସୁପ୍ରିମକୋର୍ଟଙ୍କ ସ୍ଥିତାବସ୍ଥା ନିର୍ଦ୍ଦେଶ ଏବଂ କୋର୍ଟ ଅବମାନନା କରି ଆନ୍ଧ୍ର ସରକାର ଏଭଳି ପଦକ୍ଷେପ ନେଇଥିବାରୁ ରାଜ୍ୟ ସରକାର ପୁଣି ଥରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେବେ ବୋଲି ଜଣାପଡ଼ିଛି। ପୁରୁଣା ମାମଲା ପୁଣି ଖୋଲାଯିବ କିମ୍ବା ନୂଆ ମାମଲା ହେବ, ସେ ନେଇ ଆଡଭୋକେଟ ଜେନେରାଲ ନିଷ୍ପତ୍ତି ନେବେ। କୋଟିଆ ବିବାଦକୁ ନେଇ ତେଜିଛି ରାଜନୀତି। ଆନ୍ଧ୍ର ସବୁବେଳେ କୋଟିଆକୁ ଅନୁପ୍ରବେଶ ଜାରି ରଖିଛି। ୨୦୦୬ ମସିହାରେ ସୁପ୍ରିମକୋର୍ଟ କହିଥିଲେ ସ୍ଥିତାବସ୍ଥା ବଜାୟ ରହିବ।
ହେଲେ ଏହାକୁ ଭଙ୍ଗ କରିଛି ଆନ୍ଧ୍ର। କୋର୍ଟର ଅବମାନନା କରିଛି ଆନ୍ଧ୍ର। ରାଜ୍ୟ ସରକାର ତୁରନ୍ତ ଏହା ଉପରେ ପଦକ୍ଷେପ ନେବା ଉଚିତ। ରାଜ୍ୟ ସରକାର ତୁରନ୍ତ ତୁରନ୍ତ ସୁପ୍ରିମକୋର୍ଟ ଯାଇ ଏହା ଉପରେ ରହିତାଦେଶ ଆଣନ୍ତୁ ବୋଲି ବିଜେଡି ବିଧାୟକ ଗଣେଶ୍ୱର ବେହେରା କହିଛନ୍ତି। ସେପଟେ ଏନେଇ ବିଜେଡି ଉପରେ ବର୍ଷିଛି ବିଜେପି। ରାଜ୍ୟର ଇଞ୍ଚେ ବୋଲି ଜାଗା କାହାକୁ ଦିଆଯିବ ନାହିଁ, ଏଥିପାଇଁ ବିଜେପି ଓ ରାଜ୍ୟ ସରକାର ସଂକଳ୍ପବଦ୍ଧ ବୋଲି କହିଛନ୍ତି ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ବିରଞ୍ଚି ନାରାୟଣ ତ୍ରିପାଠୀ। ଆନ୍ଧ୍ରର ନିର୍ବାଚନକୁ ନେଇ କୋଟିଆରେ କୋରାପୁଟ ବିଜୁ ଜନତା ଦଳର ବିକ୍ଷୋଭ ପ୍ରଦର୍ଶନ।
ଏବେ ଆନ୍ଧ୍ର ପକ୍ଷରୁ ପଞ୍ଚାୟତ ନିର୍ବାଚନ ପାଇଁ ବିଭିନ୍ନ ସ୍ଥାନରେ ପ୍ରାର୍ଥୀ ପତ୍ର ଦାଖଲ ଚାଲିଥିବା ବେଳେ ଆଜି ପ୍ରାର୍ଥୀପତ୍ର ଦାଖଲ ପାଇଁ ଶେଷ ଦିନ ଧାର୍ଯ୍ୟ କରାଯାଇଛି। ଏଥିପାଇଁ ବିଜୁ ଜନତା ଦଳ ପକ୍ଷରୁ ଏକ ୧୬ ଜଣିଆ ଟିମ କୋଟିଆରେ ପହଁଚି ଏହି ନିର୍ବାଚନ ପ୍ରକ୍ରିୟାକୁ ତୀବ୍ର ବିରୋଧ କରିଛନ୍ତି। ନବୀନ ପଟନାୟକ ସରକାରଙ୍କ ଅମଳରେ କୋଟିଆର ବିକାଶ ପାଇଁ ବହୁତ ଉଦ୍ୟମ କରାଯାଇ ଲୋକଙ୍କୁ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦିଆଯାଇଥିବା ବେଳେ ବର୍ତ୍ତମାନ ଡବଲ ଇଞ୍ଜିନ ସରକାର କୋଟିଆର ବିକାଶ ପାଇଁ କୌଣସି ଉଦ୍ୟମ କରୁନାହାନ୍ତି ବୋଲି ବିଜୁ ଜନତା ଦଳ ପକ୍ଷରୁ ଅଭିଯୋଗ କରାଯାଇଛି।
What's Your Reaction?