ୱାକି ଟକି  ବିସ୍ଫୋରଣରେ ପୁଣି ଥରିଲା ଲେବାନନ

Sep 19, 2024 - 17:59
 0  0
ୱାକି ଟକି  ବିସ୍ଫୋରଣରେ ପୁଣି ଥରିଲା ଲେବାନନ

ପେଜର୍ ପରେ ୱାକି ଟକି  ବିସ୍ଫୋରଣରେ ପୁଣି ଥରିଲା ଲେବାନନ। ଏଥିରେ ବର୍ତ୍ତମାନ ସୁଦ୍ଧା ୨୦ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଆହତ ହୋଇଛନ୍ତି ୪୫୦ରୁ ଅଧିକ ଲୋକ।ଲେବାନନରେ ଥିବା ହେଜବୁଲ୍ଲା ଗଡ଼ ବେରୁଟରେ ଏହି ଆକ୍ରମଣ ହୋଇଥିବା ମିଳିଛି ସୂଚନା। ଆମେରିକା ଓ ୟୁରୋପୀୟ ଦେଶ ଦ୍ୱାରା ଆତଙ୍କବାଦୀ ସଂଗଠନର ମାନ୍ୟତା ପାଇଥିବା ହେଜବୁଲ୍ଲାର ସଦସ୍ୟମାନେ ବ୍ୟବହାର କରୁଥିବା ୱାକି-ଟକିରେ ହୋଇଛି ଏହି ବିସ୍ଫୋରଣ।ବୁଧବାର ଲେବାନନରେ ଘଟିଥିବା ପେଜର ବିସ୍ଫୋରଣରେ ୧୦ରୁ ଅଧିକ ଜଣଙ୍କର ମୃତ୍ୟୁ ହୋଇଥିବାଳେ ଏଥିରେ ଆହତ ହୋଇଥିଲେ ହଜାରରୁ ଅଧିକ ଲୋକ ।

What's Your Reaction?

like

dislike

love

funny

angry

sad

wow