ହଲ୍ଲା ଟୋମାସ୍ଡୋଟିର୍ ଆଇସ୍ଲାଣ୍ଡ ରାଷ୍ଟ୍ରପତି ନିର୍ବାଚିତ

ଆଇସ୍ଲାଣ୍ଡ ରାଷ୍ଟ୍ରପତି ଭାବରେ ନିର୍ବାଚିତ ହୋଇଛନ୍ତି ୫୫ ବର୍ଷୀୟା ମହିଳା ବ୍ୟବସାୟୀ ହଲ୍ଲା ଟୋମାସ୍ଡୋଟିର୍। ସେ ବିଦାୟୀ ରାଷ୍ଟ୍ରପତି ଗୁଡ୍ନୀ ଜୋହାନେସନ୍ଙ୍କ ସ୍ଥାନରେ ଦେଶର ରାଷ୍ଟ୍ରପତି ଭାବେ ଗ୍ରହଣ କରିବେ ଦାୟିତ୍ୱ। ୩୪.୩ ପ୍ରତିଶତ ଭୋଟ ସହ ଏହି ଆଳଙ୍କାରିକ ପଦବୀକୁ ନିର୍ବାଚିତ ହୋଇଛନ୍ତି ଟୋମାସ୍ଡୋଟିର୍। ସେପଟେ ୨୫.୨ ପ୍ରତିଶତ ଭୋଟ ପାଇ ହାରିଯାଇଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ କାଟ୍ରିନ୍ ଜାକୋବ୍ସ୍ଡୋଟିର୍। ଟୋମାସ୍ଡୋଟିର୍ ଦଳୀୟ ରାଜନୀତିରୁ ଊର୍ଦ୍ଧ୍ୱକୁ ଯାଇ ପ୍ରଚାର କରିବା ସହ ମୌଳିକ ସମସ୍ୟାଗୁଡ଼ିକ ଉପରେ କରୁଥିଲେ ଖୋଲା ଆଲୋଚନା ।
What's Your Reaction?






