ପୋପ୍ ଲିଓ ଚତୁର୍ଦ୍ଦଶଙ୍କ ଫୁସଫୁସ କର୍କଟର ସଫଳ ଅସ୍ତ୍ରୋପଚାର
ଓରାଙ୍ଗଉଟାନ ଉଦ୍ଧାର ଘଟଣାକୁ ପୂରିଲା ମାସେ, ଧିମେଇଗଲା କି ଏସଟିଏଫ୍ ତଦନ୍ତ? ବାଲେଶ୍ବର ଭୋଗରାଇ ଅଞ୍ଚଳରୁ , ୫ ଓରାଙ୍ଗଉଟାନ ଉଦ୍ଧାର ଘଟଣାକୁ ମାସେ ବିତିଛି। ହେଲେ ବେଆଇନ ଚାଲାଣରେ ସମ୍ପୃକ୍ତ ଥିବା ଅନ୍ତର୍ଜାତୀୟ ରାକେଟ୍ର ଏପର୍ଯ୍ୟନ୍ତ ପର୍ଦ୍ଧାଫାସ୍ କରିପାରିନି କ୍ରାଇମବ୍ରାଞ୍ଚ।
ଓରାଙ୍ଗଉଟାନ ଉଦ୍ଧାର ଘଟଣାକୁ ପୂରିଲା ମାସେ, ଧିମେଇଗଲା କି ଏସଟିଏଫ୍ ତଦନ୍ତ? ବାଲେଶ୍ବର ଭୋଗରାଇ ଅଞ୍ଚଳରୁ , ୫ ଓରାଙ୍ଗଉଟାନ ଉଦ୍ଧାର ଘଟଣାକୁ ମାସେ ବିତିଛି। ହେଲେ ବେଆଇନ ଚାଲାଣରେ ସମ୍ପୃକ୍ତ ଥିବା ଅନ୍ତର୍ଜାତୀୟ ରାକେଟ୍ର ଏପର୍ଯ୍ୟନ୍ତ ପର୍ଦ୍ଧାଫାସ୍ କରିପାରିନି କ୍ରାଇମବ୍ରାଞ୍ଚ। ସମୟ ଗଡ଼ିବା ସହ କ୍ରାଇମବ୍ରାଞ୍ଚ ଏସ୍ଟିଏଫ୍ର ତଦନ୍ତ ମଧ୍ୟ ଧିମେଇ ଗଲା ଭଳି ମନେ ହେଉଛି। ବିହାର, କୋଲକାତା, ଝାଡ଼ଖଣ୍ଡରେ ଚଢ଼ଉ କରି ଏସଟିଏଫ୍ ଏନେଇ ଅନେକ ସୁରାକ ପାଇଥିଲା। ସମ୍ପୃକ୍ତ ଥିବା ମାଫିଆଙ୍କୁ ମଧ୍ୟ ଚିହ୍ନଟ କରାଯାଇସାରିଛି। ତେବେ ଏମାନେ ବାରମ୍ବାର ନିଜର ଠିକଣା ବଦଳାଉଥୁବାରୁ ଧରିବାରେ ବିଫଳ ହୋଇଛି ତଦନ୍ତକାରୀ ସଂସ୍ଥା।
ଓଡ଼ିଶାରୁ ଓରାଙ୍ଗଉଟାନ ଚୋରାଚାଲାଣ ଚେର ବିଦେଶକୁ ଲମ୍ବିଥିବା କୁହାଯାଉଛି। ଇଣ୍ଡୋନେସିଆରୁ ବାଂଲାଦେଶ, ଭାରତରୁ ଥାଇଲାଣ୍ଡ ପର୍ଯ୍ୟନ୍ତ ମାଫିଆ ମାନଙ୍କ ସାମ୍ରାଜ୍ୟ ଲମ୍ବିଛି। କିନ୍ତୁ ବଡ଼ଧରଣର ସିଣ୍ଡିକେଟ୍ ଦ୍ଵାରା ଓରାଙ୍ଗଉଟାନ ଡିଲ୍ ଓ ଚାଲାଣ କରାଯାଉଥିବାରୁ ଏସଟିଏଫ୍ ଏହାର ରହସ୍ୟ ଭେଦ କରିପାରୁନାହିଁ। ମାସେ ହେବ ଏସଟିଏଫ୍ ପକ୍ଷରୁ ଚାଲିଥିବା ତଦନ୍ତ ରିପୋର୍ଟକୁ ନେଇ ବିସ୍ତୃତ ଡାଟାବେସ୍ ପ୍ରସ୍ତୁତ କରାଯାଇଛି। ବାଲେଶ୍ବରରୁ ଦୀଘା ପର୍ଯ୍ୟନ୍ତ ଯାଞ୍ଚ କରି ତଥ୍ୟ ସଂଗ୍ରହ ହୋଇଥିବା ସିସିଟିଭିକୁ ତର୍ଜମା କରାଯାଉଛି। ଏସ୍ଟିଏଫ୍ର ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁଯାୟୀ ସ୍ବତନ୍ତ୍ର ଟିମ୍ ମାମଲାର ତଦନ୍ତ ଜାରି ରଖିବା ସହ ଅଭିଯୁକ୍ତଙ୍କୁ ପିଛା କରୁଛନ୍ତି। ଖୁବଶୀଘ୍ର ମାମଲା ଉପରୁ ପରଦା ହଟିବା ସହ ସମ୍ପୃକ୍ତ ମାଫିଆଙ୍କୁ ଗିରଫ କରାଯିବ ବୋଲି ଦୃଢ଼ୋକ୍ତି ଦେଖାଇଛି କ୍ରାଇମ୍ବ୍ରାଞ୍ଚ ଏସ୍ଟିଏଫ୍।
What's Your Reaction?