ଅମୁଲ ପରେ ଲିଟର ପିଛା ୨ ଟଙ୍କା ବୃଦ୍ଧି କଲା ମଦର ଡାଏରୀ

Jun 3, 2024 - 12:59
 0  3
ଅମୁଲ ପରେ ଲିଟର ପିଛା ୨ ଟଙ୍କା ବୃଦ୍ଧି କଲା ମଦର ଡାଏରୀ

ଅମୁଲ ପରେ ମଦର ଡାଏରୀ ମଧ୍ୟ  ଲିଟର ପ୍ରତି ୨ ଟଙ୍କା ବୃଦ୍ଧି କରିଛି କ୍ଷୀର ମୂଲ୍ୟ। ଗତ ୧୫ ମାସରେ ବିଭିନ୍ନ ସାମଗ୍ରୀର ବୃଦ୍ଧି କାରଣରୁ କ୍ଷୀର ଦର ବୃଦ୍ଧି ହୋଇଥିବା କହିଛି କମ୍ପାନି  । ମଦର ଡାଏରୀ ପକ୍ଷରୁ କୁହାଯାଇଛି ଯେ, ଜୁନ୍ ୩ରୁ କ୍ଷୀରର ମୂଲ୍ୟ ଲିଟର ପିଛା ୨ ଟଙ୍କା ବୃଦ୍ଧି କରାଯାଇଛି । ବଜାରରେ ବିଭିନ୍ନ ଉତ୍ପାଦର ମୂଲ୍ୟ ବୃଦ୍ଧି କାରଣରୁ କ୍ଷୀର ଦର ବୃଦ୍ଧି କରାଯାଇଛି । ଦିଲ୍ଲୀ ଏନସିଆରରେ ମଦର ଡାଏରୀର ଫୁଲ୍ କ୍ରିମ କ୍ଷୀରର ମୂଲ୍ୟ ଏବେ ଲିଟର ପିଛା ୬୮ ଟଙ୍କାରେ ପହଞ୍ଚିଛି । ସେହିଭଳି ଟୋଣ୍ଡ ତଥା ଡବଲ ଟୋଣ୍ଡ କ୍ଷୀରର ମୂଲ୍ୟ ଯଥାକ୍ରମେ ୫୬ ଓ ୫୦ ଟଙ୍କାରେ ପହଞ୍ଚିଛି । ଶେଷଥର ପାଇଁ ଫେବ୍ରୁଆରୀ ୨୦୨୩ରେ କ୍ଷୀରର ମୂଲ୍ୟ ବୃଦ୍ଧି କରିଥିଲା ମଦର ଡାଏରୀ ।

What's Your Reaction?

like

dislike

love

funny

angry

sad

wow