IAS ଚାକିରି ଛାଡ଼ିଲେ ଦିବ୍ୟା ମିତ୍ତଲ, କହିଲେ—“ଏହା ମୋ ଜୀବନର କେବଳ ଗୋଟିଏ ଅଧ୍ୟାୟ”

Aug 31, 2026 - 14:47
 0  1
IAS ଚାକିରି ଛାଡ଼ିଲେ ଦିବ୍ୟା ମିତ୍ତଲ, କହିଲେ—“ଏହା ମୋ ଜୀବନର କେବଳ ଗୋଟିଏ ଅଧ୍ୟାୟ”

“IAS ଚାକିରି ମୋ ଜୀବନର କେବଳ ଗୋଟିଏ ଅଧ୍ୟାୟ, ମୋର ପୂରା ଜୀବନ ନୁହେଁ।” ଏହି ଗୋଟିଏ ବାକ୍ୟରେ ନିଜ ନିଷ୍ପତ୍ତିର ଅନେକ କାରଣକୁ ସ୍ପଷ୍ଟ କରିଛନ୍ତି ଦିବ୍ୟା ମିତ୍ତଲ । ୧୩ ବର୍ଷର ପ୍ରଶାସନିକ ସେବା ପରେ ସ୍ୱେଚ୍ଛାରେ IASରୁ ଇସ୍ତଫା ଦେଇ ଏବେ ଚର୍ଚ୍ଚାରେ ଦିବ୍ୟା । 

“IAS ଚାକିରି ମୋ ଜୀବନର କେବଳ ଗୋଟିଏ ଅଧ୍ୟାୟ, ମୋର ପୂରା ଜୀବନ ନୁହେଁ।” ଏହି ଗୋଟିଏ ବାକ୍ୟରେ ନିଜ ନିଷ୍ପତ୍ତିର ଅନେକ କାରଣକୁ ସ୍ପଷ୍ଟ କରିଛନ୍ତି ଦିବ୍ୟା ମିତ୍ତଲ । ୧୩ ବର୍ଷର ପ୍ରଶାସନିକ ସେବା ପରେ ସ୍ୱେଚ୍ଛାରେ IASରୁ ଇସ୍ତଫା ଦେଇ ଏବେ ଚର୍ଚ୍ଚାରେ ଦିବ୍ୟା । ଦିବ୍ୟା ମିତ୍ତଲ ନିଜ ପଦ ଛାଡ଼ିବା ପରେ ସବୁଆଡ଼େ ଏକ ଚର୍ଚ୍ଚାର ବିଷୟ ପାଲଟି ଯାଇଛି ।  

ତେବେ ପ୍ରଶ୍ନ ଉଠୁଛି—କାହିଁକି IAS ଭଳି ଏକ ସମ୍ମାନଜନକ ଚାକିରି ଛାଡ଼ିଲେ ଦିବ୍ୟା ମିତ୍ତଲ?

ଦିବ୍ୟାଙ୍କ କହିବା ଅନୁସାରେ, ଏହା କୌଣସି ହଠାତ୍ ନିଆଯାଇଥିବା ନିଷ୍ପତ୍ତି ନୁହେଁ । ପରିବାର, ନିଜର ପ୍ରାଥମିକତା ଓ ଦୀର୍ଘଦିନର ଆଗ୍ରହକୁ ନେଇ ଗଭୀର ଭାବେ ଚିନ୍ତା କରିବା ପରେ ସେ ଏହି ପଦକ୍ଷେପ ନେଇଛନ୍ତି । ଦିବ୍ୟା ଦୁଇ ଝିଅଙ୍କ ମାଆ। ପରିବାର ପାଇଁ ସମୟ ଦେବା ସହ ନିଜର କିଛି ପୁରୁଣା ସ୍ୱପ୍ନକୁ ମଧ୍ୟ ଆଗକୁ ନେବାକୁ ଚାହୁଁଛନ୍ତି ସେ ।
ଲେଖାଲେଖି, ଶିକ୍ଷାଦାନ କିମ୍ବା ସମାଜସେବା ଆଗକୁ କେଉଁ କ୍ଷେତ୍ରକୁ ବାଛିବେ, ସେନେଇ ଏବେ ଚୂଡ଼ାନ୍ତ ନିଷ୍ପତ୍ତି ନେଇନାହାନ୍ତି ଦିବ୍ୟା। କିନ୍ତୁ IAS ତାଙ୍କ ଜୀବନର ସବୁକିଛି ନୁହେଁ ବୋଲି ସେ ସ୍ପଷ୍ଟ କରିଛନ୍ତି । 

ଦିବ୍ୟାଙ୍କ ଯାତ୍ରା ମଧ୍ୟ ବେଶ୍ ଚମତ୍କାର । IIT ଦିଲ୍ଲୀ ଓ IIM ବେଙ୍ଗାଲୁରୁରୁ ପାଠପଢ଼ା ପରେ ସେ ଲଣ୍ଡନରେ ଚାକିରି କରିଥିଲେ । JP Morgan ରେ କାମ କରୁଥିବା ଦିବ୍ୟା ଭଲ କ୍ୟାରିୟର ଓ ଆକର୍ଷଣୀୟ ଦରମା ଛାଡ଼ି ଭାରତ ଫେରିଥିଲେ । ୨୦୧୨ରେ ଦ୍ୱିତୀୟ ପ୍ରୟାସରେ ଅଲ୍ ଇଣ୍ଡିଆ ରାଙ୍କ ୬୮ ହାସଲ କରି IAS ହୋଇଥିଲେ ।
ଉତ୍ତରପ୍ରଦେଶର ଦେଓରିଆ, ମିର୍ଜାପୁର ଓ ସନ୍ତ କବୀର ନଗରର ଜିଲ୍ଲାପାଳ ଭାବେ ସେ ଦାୟିତ୍ୱ ତୁଲାଇଛନ୍ତି। ତାଙ୍କ ଅନୁଭବକୁ ନେଇ ଦିବ୍ୟା କହିଛନ୍ତି, ପ୍ରତ୍ୟେକ ପୋଷ୍ଟିଂ ତାଙ୍କୁ ପ୍ରଶାସନଠାରୁ ଅଧିକ ଜୀବନର ମୂଲ୍ୟବୋଧ ଶିଖାଇଛି । ତେବେ ତାଙ୍କ ଇସ୍ତଫା ଏବେ ମଧ୍ୟ ମଞ୍ଜୁର ହୋଇନାହିଁ ।  ଉତ୍ତରପ୍ରଦେଶ ସରକାରଙ୍କ ସୁପାରିସ ପରେ ମାମଲା ଏବେ କେନ୍ଦ୍ର ଗୃହ ମନ୍ତ୍ରଣାଳୟର ବିଚାରାଧୀନ ରହିଛି । IAS ଛାଡ଼ିବା ତାଙ୍କ ପାଇଁ ଶେଷ ନୁହେଁ। ଦିବ୍ୟାଙ୍କ ନିଜ ଭାଷାରେ—“ଏହା କେବଳ ଗୋଟିଏ ଅଧ୍ୟାୟ… ପୂରା କାହାଣୀ ନୁହେଁ।” 

What's Your Reaction?

like

dislike

love

funny

angry

sad

wow