ବୀମା ନଥିଲେ ପେଟ୍ରୋଲ-ଡିଜେଲ ମିଳିବନି! ନମ୍ବର ପ୍ଲେଟ୍ ସ୍କାନ୍ କରି ଯାଞ୍ଚ ହେବ ଗାଡ଼ିର ଇନ୍‌ସ୍ୟୁରାନ୍ସ

Sep 18, 2026 - 14:45
ବୀମା ନଥିଲେ ପେଟ୍ରୋଲ-ଡିଜେଲ ମିଳିବନି! ନମ୍ବର ପ୍ଲେଟ୍ ସ୍କାନ୍ କରି ଯାଞ୍ଚ ହେବ ଗାଡ଼ିର ଇନ୍‌ସ୍ୟୁରାନ୍ସ

ପାଇଲଟ୍ ପ୍ରକଳ୍ପ ସଫଳ ହେଲେ ଆଗାମୀ ଦିନରେ ପେଟ୍ରୋଲ ପମ୍ପରେ ଇନ୍ଧନ ଭରିବା ପୂର୍ବରୁ ବୀମା ଯାଞ୍ଚ ବ୍ୟବସ୍ଥା ଲାଗୁ ହୋଇପାରେ। ବୀମା ନଥିଲେ ପେଟ୍ରୋଲ କିମ୍ବା ଡିଜେଲ ଦେବାକୁ ମନା କରିବାର ବ୍ୟବସ୍ଥା ମଧ୍ୟ ଆସିପାରେ।  

ଦେଶରେ ଗାଡ଼ି ଚାଳକଙ୍କ ପାଇଁ ବୀମାକୁ ନେଇ ଆସିପାରେ ବଡ଼ ପରିବର୍ତ୍ତନ। ଯଦି ଆପଣ କାର୍, ବାଇକ୍ କିମ୍ବା ଅନ୍ୟ କୌଣସି ଗାଡ଼ି ଚଲାଉଛନ୍ତି ଏବଂ ନିୟମିତ ଭାବେ ପେଟ୍ରୋଲ-ଡିଜେଲ ଭରାଉଛନ୍ତି, ତେବେ ଏହି ନୂଆ ବ୍ୟବସ୍ଥା ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ବୈଧ ଥାର୍ଡ-ପାର୍ଟି ମୋଟର ଇନ୍‌ସ୍ୟୁରାନ୍ସ ନଥିବା ଗାଡ଼ି ଚଳାଇବା ଆଇନ ବିରୋଧୀ। ଏବେ ଭବିଷ୍ୟତରେ ଏଭଳି ଗାଡ଼ିକୁ ଇନ୍ଧନ ମିଳିବା ମଧ୍ୟ କଷ୍ଟକର ହୋଇପାରେ।

ରିପୋର୍ଟ ଅନୁସାରେ, ଭାରତୀୟ ବୀମା ନିୟାମକ ଓ ବିକାଶ ପ୍ରାଧିକରଣ ଏକ ପାଇଲଟ୍ ପ୍ରକଳ୍ପ ପ୍ରସ୍ତୁତ କରୁଛି। ଏହା ମାଧ୍ୟମରେ ପେଟ୍ରୋଲ ପମ୍ପରେ ଗାଡ଼ିର ନମ୍ବର ପ୍ଲେଟ୍ ସ୍କାନ୍ କରି ଏହାର ବୀମା ବୈଧ କି ନାହିଁ ଯାଞ୍ଚ କରାଯାଇପାରିବ। ଏଥିପାଇଁ ଅଟୋମେଟିକ୍ ନମ୍ୱର ପ୍ଲେଟ୍ ରେକୋଗନେସନ୍ କ୍ୟାମେରା ବ୍ୟବହାର ହେବ।
କ୍ୟାମେରା ଗାଡ଼ିର ନମ୍ବର ପ୍ଲେଟ୍ ପଢ଼ିବା ପରେ ସେହି ନମ୍ବରକୁ ଇନ୍ସ୍ୟୁରାନ୍ସ ଇନଫରମେସନ୍ ବ୍ୟୁରୋ ଏବଂ VAHAN ରେକର୍ଡ ସହ ମେଳ କରାଯିବ। ଏହାଦ୍ୱାରା ଗାଡ଼ିର ବୈଧ ଥାର୍ଡ-ପାର୍ଟି ଇନ୍‌ସ୍ୟୁରାନ୍ସ ଅଛି କି ନାହିଁ ଜଣାପଡ଼ିପାରିବ।

ପାଇଲଟ୍ ପ୍ରକଳ୍ପ ସଫଳ ହେଲେ ଆଗାମୀ ଦିନରେ ପେଟ୍ରୋଲ ପମ୍ପରେ ଇନ୍ଧନ ଭରିବା ପୂର୍ବରୁ ବୀମା ଯାଞ୍ଚ ବ୍ୟବସ୍ଥା ଲାଗୁ ହୋଇପାରେ। ବୀମା ନଥିଲେ ପେଟ୍ରୋଲ କିମ୍ବା ଡିଜେଲ ଦେବାକୁ ମନା କରିବାର ବ୍ୟବସ୍ଥା ମଧ୍ୟ ଆସିପାରେ। ଏହି ପଦକ୍ଷେପ ସୁପ୍ରିମକୋର୍ଟଙ୍କ ଅଗଷ୍ଟ ୪ର ନିର୍ଦ୍ଦେଶ ସହ ଜଡ଼ିତ। କୋର୍ଟ IRDAIକୁ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ସହ ମିଶି ଏଭଳି ପାଇଲଟ୍ ପ୍ରକଳ୍ପର ସମ୍ଭାବନା ଯାଞ୍ଚ କରିବାକୁ କହିଥିଲେ।

ସୁପ୍ରିମକୋର୍ଟରେ ଦିଆଯାଇଥିବା ତଥ୍ୟ ଅନୁସାରେ, ଦେଶରେ ପଞ୍ଜୀକୃତ ୩୦.୪୮ କୋଟି ଗାଡ଼ି ମଧ୍ୟରୁ ୧୬.୫୪ କୋଟି ଗାଡ଼ିର ବୈଧ ବୀମା ନଥିଲା। ଅର୍ଥାତ୍ ପ୍ରାୟ ୫୬ ପ୍ରତିଶତ ପଞ୍ଜୀକୃତ ଗାଡ଼ି ଏହି ଦାୟରାରେ ଆସୁଛି। 

What's Your Reaction?

like

dislike

love

funny

angry

sad

wow