ଟାଟା ଟ୍ରଷ୍ଟର ନୂତନ ଚେୟାରମ୍ୟାନ୍ ହେଲେ ନୋଏଲ୍ ଟାଟା

Oct 11, 2024 - 16:19
 0  2
ଟାଟା ଟ୍ରଷ୍ଟର ନୂତନ ଚେୟାରମ୍ୟାନ୍ ହେଲେ ନୋଏଲ୍ ଟାଟା

ଟାଟା ଟ୍ରଷ୍ଟର ନୂତନ ଚେୟାରମ୍ୟାନ୍ ହେଲେ ନୋଏଲ୍ ଟାଟା ।  ସ୍ୱର୍ଗତ ରତନ ଟାଟାଙ୍କ ମୃତ୍ୟୁ ପରେ ଟାଟା ଟ୍ରଷ୍ଟର ସର୍ବସମ୍ମତି କ୍ରମେ ନୋଏଲ୍ ଟାଟାଙ୍କୁ ଦିଆଯାଇଛି ଏହି ଦାୟିତ୍ୱ । ନୋଏଲ୍ ଟାଟା ହେଉଛିନ୍ତି ରତନ ଟାଟାଙ୍କ ସାବତ ଭାଇ । ଯିଏକି ଗତ ୪୦ ବର୍ଷ ଧରି ଟାଟା ଗ୍ରୁପ୍ ସହିତ ଥିଲେ ଜଡିତ । ଟାଟା ଟ୍ରଷ୍ଟର କାର୍ଯ୍ୟରେ ବହୁତ ସକ୍ରିୟ ଭୂମିକା ଗ୍ରହଣ କରିଛନ୍ତି ନୋଏଲ୍ ଟାଟା । ବର୍ତ୍ତମାନ, ସେ ସାର୍ ରତନ ଟାଟା ଟ୍ରଷ୍ଟ ଏବଂ ଟାଟା ଟ୍ରଷ୍ଟ ଅଧୀନରେ ଆସୁଥିବା ସାର୍ ଦୋରାବଜୀ ଟାଟା ଟ୍ରଷ୍ଟର ଅଛନ୍ତି ଟ୍ରଷ୍ଟି । ଏହି ଟ୍ରଷ୍ଟ କେବଳ ଟାଟା ଗ୍ରୁପ୍ ର ଚାଣକ୍ୟ କାର୍ଯ୍ୟକଳାପକୁ ପରିଚାଳନା କରେ ନାହିଁ ବରଂ ଟାଟା ଗ୍ରୁପ୍ ର ପ୍ୟାରେଣ୍ଟ୍ କମ୍ପାନୀ ଟାଟା ସନ୍ସରେ ମଧ୍ୟ ରହିଛି ୬୬% ଅଂଶଧନ। ଅନେକ ଟାଟା ଗ୍ରୁପ୍ କମ୍ପାନୀର ବୋର୍ଡରେ ଅଛନ୍ତି ନୋଏଲ୍ ଟାଟା । ସେ ଟାଟା ଗ୍ରୁପର ଖୁଚୁରା କମ୍ପାନୀ ଟ୍ରେଣ୍ଟ, ଟାଟା ଇଣ୍ଟରନ୍ୟାସନାଲ ଲିମିଟେଡ, ଟାଟା ଇନଭେଷ୍ଟମେଣ୍ଟ କର୍ପୋରେସନ ଏବଂ ଟାଟା ଷ୍ଟିଲ ଏବଂ ଟାଇଟାନର ମଧ୍ୟ ଅଛନ୍ତି ଉପାଧ୍ୟକ୍ଷ । 

What's Your Reaction?

like

dislike

love

funny

angry

sad

wow