ପୁଣି ଦେଶର ଶ୍ରେଷ୍ଠ ଶିକ୍ଷାନୁଷ୍ଠାନ ଆଇଆଇଟି ମାଡ୍ରାସ , ଟପ୍‌ ୧୦ରେ ଜେଏନୟୁ

Aug 13, 2024 - 15:24
 0  4
ପୁଣି ଦେଶର ଶ୍ରେଷ୍ଠ ଶିକ୍ଷାନୁଷ୍ଠାନ ଆଇଆଇଟି ମାଡ୍ରାସ , ଟପ୍‌ ୧୦ରେ ଜେଏନୟୁ

ପୁଣିଥରେ ଭାରତର ଶ୍ରେଷ୍ଠ ଶିକ୍ଷାନୁଷ୍ଠାନ ଭାବେ ବିବେଚିତ ହୋଇଛି ଆଇଆଇଟି ମାଡ୍ରାସ। ଆଜି ନ୍ୟାଶନାଲ ଇନଷ୍ଟିଚ୍ୟୁଟ ଅଫ ରାଙ୍କିଙ୍ଗ ଫ୍ରେମୱାର୍କ୨୦୨୪ ପକ୍ଷରୁ ଜାରି ତାଲିକାରେ ଉଭୟ ସବୁ କ୍ଷେତ୍ର ବା ଓଭରଅଲ କ୍ୟାଟାଗୋରୀ ଓ ଇଞ୍ଜିନିୟରିଂ ବର୍ଗରେ ଆଇଆଇଟି ମାଡ୍ରାସର ରହିଛି ପ୍ରଥମ ସ୍ଥାନ। ଏହାକୁ ମିଶାଇ କ୍ରମାଗତ ୮ମ ଥର ପାଇଁ ଇଞ୍ଜିନିୟରିଂ କ୍ଷେତ୍ରରେ ସର୍ବଶ୍ରେଷ୍ଠ ସ୍ଥାନ ହାସଲ କରିଛି ଆଇଆଇଟି ମାଡ୍ରାସ। ସେହିପରି ଓଭର ଅଲ କ୍ୟାଟାଗୋରୀ ରାଙ୍କିଙ୍ଗ ଟପ୍‌ ୧୦ର ୧୦ ନମ୍ବର ସ୍ଥାନରେ ରହିଛି ଦେଶର ପ୍ରସିଦ୍ଧ ଶିକ୍ଷାନୁଷ୍ଠାନ ଜେଏନୟୁ ।ତେବେ ଶ୍ରେଷ୍ଠ ଶିକ୍ଷାନୁଷ୍ଠାନ ରାଙ୍କିଙ୍ଗରେ ଆଇଆଇଟିଗୁଡ଼ିକର ଦେଖିବାକୁ ମିଳିଛି ଦବଦବା। ଆଇଆଇଟି ମାଡ୍ରାସ ପଛକୁ ବେଙ୍ଗାଲୁରୁ ସ୍ଥିତ ଇଣ୍ଡିଆନ ଇଷ୍ଟିଚ୍ୟୁଟ ଅଫ ସାଇନ୍ସ ଦ୍ୱିତୀୟ ସ୍ଥାନରେ ରହିଛି। ଆଇଆଇଟି ବମ୍ବେ ୩ୟ ସ୍ଥାନରେ, ଆଇଆଇଟି ଦିଲ୍ଲୀ ୪ର୍ଥ ସ୍ଥାନରେ, ଆଇଆଇଟି କାନପୁର ୫ମ ସ୍ଥାନରେ, ୬ଷ୍ଠ ସ୍ଥାନରେ ଆଇଆଇଟି ଖଡ଼ଗପୁର, ୭ମ ସ୍ଥାନରେ ଦିଲ୍ଲୀ ଏମ୍ସ, ଆଇଆଇଟି ଋକୀ ୮ମ ସ୍ଥାନରେ ଓ ଆଇଆଇଟି ଗୁହାଟୀ ୯ମ ଓ ଜବାହରଲାଲ ନେହରୁ ବିଶ୍ୱବିଦ୍ୟାଳୟ ୧୦ମ ସ୍ଥାନରେ ରହିଛି।ଅନ୍ୟପକ୍ଷରେ ପ୍ରଥମଥର ପାଇଁ ଇଞ୍ଜିନିୟରିଂ ପାଠ୍ୟକ୍ରମର ଟପ ୧୦ ଶିକ୍ଷାନୁଷ୍ଠାନ ଭିତରେ ସ୍ଥାନ ପାଇଛି ଆଇଆଇଟି ବାରାଣସୀ। 

What's Your Reaction?

like

dislike

love

funny

angry

sad

wow