ବହୁଚର୍ଚ୍ଚିତ ନବ ଦାସ ହତ୍ୟା ମାମଲାର ଖୋଲିବ ଗୁମର

Aug 13, 2024 - 15:40
 0  2
ବହୁଚର୍ଚ୍ଚିତ ନବ ଦାସ ହତ୍ୟା ମାମଲାର ଖୋଲିବ ଗୁମର

ବହୁଚର୍ଚ୍ଚିତ ନବ ଦାସ ହତ୍ୟା ମାମଲାର ଖୋଲିବ ଗୁମର।ଏ ନେଇ ଜାତୀୟ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ସେ କହିଛନ୍ତି ଯେ,ଖୁବ୍‌ଶୀଘ୍ର ଏହି ମାମଲା କରାଯିବ ପୁନଃ ତଦନ୍ତ। ନବ ଦାସ ଜଣେ ବିଜେଡି ନେତା ହେଲେ ମଧ୍ୟ ସେ ଥିଲେ ଜଣେ ମନ୍ତ୍ରୀ । ଆଉ ସ୍ପଷ୍ଟ ଦିବାଲୋକରେ ଜଣେ ମନ୍ତ୍ରୀଙ୍କ ହତ୍ୟାକୁ କେବେ ବି ସାଧାରଣ ଭାବେ ଗ୍ରହଣ କରାଯାଇ ପାରିବ ନାହିଁ। ୨୦୨୩ ଜାନୁଆରୀ ୨୯ ତାରିଖରେ ନବ ଦାସଙ୍କୁ ଦିନ ଦିପ୍ରହରରେ ଗୁଳି କରି ହତ୍ୟା କରିଥିଲେ ପୋଲିସ ଏଏସଆଇ ଗୋପାଳ ଦାସ । ପରେ ତାଙ୍କୁ ଗିରଫ କରାଯାଇଥିଲେ ମଧ୍ୟ ଏହି ହତ୍ୟାକାଣ୍ଡ ପଛରୁ ଏପର୍ଯ୍ୟନ୍ତ ଉଠିନି ପରଦା । ଏହି ହତ୍ୟାକାଣ୍ଡ ପଛରେ ବିଜେଡି ନେତାଙ୍କ ସମ୍ପୃକ୍ତି ଥିବା ନେଇ ମଧ୍ୟ ହୋଇଥିଲା ଅଭିଯୋଗ । ତେବେ କେବଳ ନବ ଦାସ ମାମଲା ନୁହେଁ, ଅନେକ ପୁରୁଣା ମାମଲାର  ପୁନଃ ତଦନ୍ତ କରାଯିବ ବୋଲି ସୂଚନା ଦେଇଛନ୍ତି ଆଇନ୍‌ ମନ୍ତ୍ରୀ ।

What's Your Reaction?

like

dislike

love

funny

angry

sad

wow