ଆଜିଠୁ ଜନଜାଗରଣ କାର୍ଯ୍ୟକ୍ରମ  ଆରମ୍ଭ କରୁଛି ବିଜେଡି

Aug 16, 2024 - 13:41
 0  7
ଆଜିଠୁ ଜନଜାଗରଣ କାର୍ଯ୍ୟକ୍ରମ  ଆରମ୍ଭ କରୁଛି ବିଜେଡି

୫୫ ଲକ୍ଷ ଭତ୍ତା ହିତାଧିକାରୀଙ୍କୁ ପ୍ରତାରିତ କରିଛି ବିଜେପି ସରକାର । ସରକାର ଗଢିବା ପରେ ପାଣିର ଗାର ପାଲଟିଯାଇଛି ୩ ହଜାର ଟଙ୍କାର ଭତ୍ତା ପ୍ରତିଶୃତି । ରାଜ୍ଯର ବରିଷ୍ଠ ନାଗରିକଙ୍କ ସହ ଭତ୍ତା ପ୍ରତାରଣା ବିରୋଧରେ ଆଜିଠୁ ଜନଜାଗରଣ କାର୍ଯ୍ୟକ୍ରମ  ଆରମ୍ଭ କରୁଛି ବିଜେଡି  । ବୟୋଜ୍ଯେଷ୍ଠ ଅଧିକାର ପାଇଁ ଆଗକୁ ଆସି ପ୍ରତି ପଞ୍ଚାୟତରେ ଲୋକଙ୍କୁ ସଚେତନ କରିବ ଦଳ । ପ୍ରତିଟି କର୍ମୀ ଓ ସଚେତନ ନାଗରିକ ଏଥିରେ ସାମିଲ ହୋଇ ଲୋକଙ୍କୁ ବିଜେପିର ପ୍ରତାରଣା ସମ୍ପର୍କରେ କରିବେ ସଚେତନ  । ନିର୍ବାଚନ ପୂର୍ବରୁ ବିଜେପି ନିଜ ଘୋଷଣାପତ୍ରରେ ରାଜ୍ଯର ଭତ୍ତାଧାରୀଙ୍କୁ ମାସିକ ୩ ହଜାର ଓ ୩ ହଜାର ୫୦୦ ଟଙ୍କା ପ୍ରଦାନ କରିବ ବୋଲି ଦେଇଥିଲା ପ୍ରତିଶୃତି  । ମାତ୍ର କ୍ଷମତାକୁ ଆସିବା ପରେ ଏଥିପାଇଁ ଦେଇଛନ୍ତି ପଛଘୁଞ୍ଚା । ବଜେଟରେ କେବଳ ୮୦ ବର୍ଷରୁ ଅଧିକ ଓ ୮୦ପ୍ରତିଶତ ଅକ୍ଷମଙ୍କୁ ୩ ହଜାର ୫୦୦ ଟଙ୍କା ଦେବାକୁ କରିଛନ୍ତି ବ୍ଯବସ୍ଥା  । ଫଳରେ ରାଜ୍ଯର ୯୦ ପ୍ରତିଶତ ଅର୍ଥାତ ପ୍ରାୟ ୫୫ ଲକ୍ଷ ବୃଦ୍ଧବୃଦ୍ଧା, ଦିବ୍ଯାଙ୍ଗ, ବିଧବା ଓ ନିରାଶ୍ରୟ ବର୍ଦ୍ଧିତ ଭତ୍ତାରୁ ହେବେ ବଞ୍ଚିତ  । ରାଜ୍ଯ ସରକାର ଚଳିତବର୍ଷ ୪୫ ହଜାର କୋଟି ଟଙ୍କା ଋଣ ନେବେ ବୋଲି ବୋଲି ବଜେଟରେ ପ୍ରକାଶ କରିଛନ୍ତି । ଏତେ ପରିମାଣର ଋଣ ନେଇ ବି ସରକାର ନିର୍ବାଚନୀ ପ୍ରତିଶୃତି ପୂରଣ କରିବାରେ ଅସମର୍ଥ । ଏଥିରୁ ବିଜେପିର ନିର୍ବାଚନୀ ପ୍ରତିଶୃତି ପାଣିର ଗାର ବୋଲି ସ୍ପଷ୍ଟ ।ତେଣୁ  ବୟୋଜ୍ୟେଷ୍ଠଙ୍କ ଅଧିକାର ପାଇଁ ଗାଁ ଗାଁରେ ଲଢ଼େଇ ଆରମ୍ଭ କରିଛି ଦଳ  ।

What's Your Reaction?

like

dislike

love

funny

angry

sad

wow