ସିସିଟିଭି ନଜରରେ ରହିବ ରତ୍ନଭଣ୍ଡାର ଅଳଙ୍କାର

Jul 18, 2024 - 13:07
 0  2
ସିସିଟିଭି ନଜରରେ ରହିବ ରତ୍ନଭଣ୍ଡାର ଅଳଙ୍କାର

ପୂର୍ବ ନିର୍ଦ୍ଧାରିତ ସମୟ ଅନୁଯାୟୀ, ଆଜି ପୂର୍ବାହ୍ନ ୯ଟା ୫୧ ମିନିଟ୍‌ରେ ଖୋଲିଥିଲା ଶ୍ରୀମନ୍ଦିରର ଭିତର ରତ୍ନ ଭଣ୍ଡାର । ପ୍ରବେଶ କରିଥିଲେ ୧୧ ଜଣିଆ କମିଟି ସଦସ୍ଯଙ୍କ ସହ ଓଡ୍ରାଫ ଦଳ ଓ ଅଗ୍ନିଶମ ବାହିନୀ।ରତ୍ନଭଣ୍ଡାର ଭିତରକୁ ଯାଇ ତଦାରଖ କରିବା ପରେ ଶ୍ରୀମନ୍ଦିରରୁ ବାହାରକୁ ବାହାରିଥିଲେ ଗଜପତି ମହାରାଜ ଦିବ୍ୟସିଂହ ଦେବ । ଏହାପରେ ସେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ , ଭିତର ରତ୍ନଭଣ୍ଡାରରେ ଯାହା ବି ଗହଣା ଓ ମୂଲ୍ୟବାନ ସାମଗ୍ରୀ ଅଛି, ତାକୁ ଖଟଶେଜ ଘରକୁ କରାଯିବ ସ୍ଥାନାନ୍ତର । ମହାପ୍ରଭୁଙ୍କ କୃପାରୁ ଆଜି ସୁଦ୍ଧା ଏହି କାମ ଶେଷ ହେବ ବୋଲି କହିଛନ୍ତି ଗଜପତି। ଏଥିସହ ବାହାର ରତ୍ନଭଣ୍ଡାର ଅଳଙ୍କାରକୁ ଚାଙ୍ଗଡା ଘର ଓ ଫୁଲ ଘରେ ରଖାଯାଇଛି । ସମସ୍ତ ଅଳଙ୍କାର ସିସିଟିଭି ନଜରରେ ରହିଛି ବୋଲି ସୂଚନା ଦେଇଛନ୍ତି ଗଜପତି ମହାରାଜା।ସେ ଆହୁରି ମଧ୍ୟ କହିଛନ୍ତି ଯେ, ରତ୍ନ ଅଳଙ୍କାର ସ୍ଥାନାନ୍ତର ପରେ ଶେଜଘରେ ତାଲା ପଡିବ । ଆଉ ନିୟମ ମୁତାବକ, ଏହାର ଚାବି ସରକାରୀ ଟ୍ରେଜେରୀରେ ରହିବ । ବାହାର ଓ ଭିତର ରତ୍ନଭଣ୍ଡାର ଅଳଙ୍କାର ସ୍ଥାନାନ୍ତର ପରେ ଏହାର ସ୍କାନିଂ କରାଯିବ । ଏହାପରେ ରତ୍ନଭଣ୍ଡାରକୁ ଏଏସଆଇକୁ କରାଯିବ ହସ୍ତାନ୍ତର  । ଏହାପରେ ରତ୍ନଭଣ୍ଡାର ଯାଇ ମରାମତି କରିବ ଏଏସଆଇ । ମରାମତି ସମୟରେ ଭକ୍ତଙ୍କ ଦର୍ଶନରେ କୌଣସି ଅସୁବିଧା ହେବନି ବୋଲି ସୂଚନା ଦେଇଛନ୍ତି ଗଜପତି ମହାରାଜା।ସେହିପରି ରତ୍ନଭଣ୍ଡାର ମରାମତି ପରେ ଯାଇ ରତ୍ନ ଅଳଙ୍କାରର ହେବ  ଗଣତି ଓ ମଣତି । ମରାମତି ଶେଷ ନହେବା ପର୍ଯ୍ୟନ୍ତ ଗଣତି ମଣତି ହେଇପାରିବନି ବୋଲି କହିଛନ୍ତି ଗଜପତି । ତେବେ ଏଥିପାଇଁ ଲାଗିବ  ସମୟ । ସମୟ ଲାଗିଲେ ବି ରତ୍ନ ଅଳଙ୍କାରର ଗଣତି ମଣତି ହେଉ ବୋଲି କହିଛନ୍ତି ଗଜପତି  ।

What's Your Reaction?

like

dislike

love

funny

angry

sad

wow