ଝାରସୁଗୁଡା ବନ୍ଧବାହାଲରେ ଚାଲିଲା ମୋହନ ସରକାରଙ୍କ ପ୍ରଥମ ବୁଲଡୋଜର
ଝାରସୁଗୁଡା ବନ୍ଧବାହାଲରେ ଚାଲିଲା ମୋହନ ସରକାରଙ୍କ ପ୍ରଥମ ବୁଲଡୋଜର । ଅପରାଧିକ ମାମଲାରେ ଜଡିତ ଥିବା ଏମଡି ସୋନୁ ଜବର ଦଖଲ କରିଥିବା ବନ୍ଧବାହଲ ସ୍ଥିତ ଘର ଉପରେ ବୁଲଡୋଜର ଚଢାଇ ଜବର ଦଖଲ ଉଛେଦ କରାଯାଇଥିବାବେଳେ ଆଗାମୀ ଦିନରେ ଖଡାମ ଏବଂ ସରଣ୍ଡାମାଲ ମୌଜାରେ ଜବର ଦଖଲ ଉଛେଦ କରାଯିବ ବୋଲି ମିଳିଛି ସୂଚନା। ଏମଡି ସୋନୁ ନାମରେ ଚାରୋଟି ଅପରାଧିକ ମାମଲା ରହିଥିବାବେଳେ ତାଙ୍କ ପରିବାର ସଦସ୍ୟଙ୍କ ନାମରେ ରହିଛି ୩୦ ଟି ଅପରାଧିକ ମାମଲା । ଅପରାଧିକ ମାମଲାରେ ସମ୍ପୃକ୍ତ ଥିବା ଅଭିଯୁକ୍ତଙ୍କ ବିରୋଧରେ ମୋହନ ସରକାରଙ୍କ ଏହି କଡା ଆଭିମୁଖ୍ୟକୁ ଗ୍ରହଣ କରି ବନ୍ଧବାହାଲରେ କରାଯାଇଛି ଏହି ଜବରଦଖଲ ଉଛେଦ ।
What's Your Reaction?