ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର

Jul 18, 2024 - 14:20
 0  3
ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର

କେନ୍ଦ୍ରୀୟ ବଙ୍ଗୋପସାଗର ସଂଲଗ୍ନ ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର। ଏହାସହ ଜଡିତ ସଂପୃକ୍ତ ଘୂର୍ଣ୍ଣିବଳୟ ଦକ୍ଷିଣ-ପଶ୍ଚିମ ଦିଗକୁ ଢଳିରହିଛି। ଲଘୁଚାପ କ୍ଷେତ୍ର ଅଧିକ ଘନିଭୂତ ହୋଇ ଉତ୍ତର ପଶ୍ଚିମ ଦିଗରେ ଗତି କରି, ଆସନ୍ତା ଦୁଇ ଦିନରେ ଓଡିଶା ଉପକୂଳ ଛୁଇଁବାର ରହିଛି ସମ୍ଭାବନା । ଗୋଟିଏ ଲଘୁଚାପ ସକ୍ରିୟ ରହିଥିବାବେଳେ ଆଉ ଏକ ଲଘୁଚାପ ସୃଷ୍ଟି ହେଉଥିବାରୁ, ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ହୋଇପାରେ ପ୍ରବଳ ବର୍ଷା । ଆସନ୍ତା ୨୧ ତାରିଖ ପର୍ଯ୍ୟନ୍ତ ବର୍ଷା ଜାରି ରହିବ ବୋଲି  ସୂଚନା ଦେଇଛି ପାଣିପାଗ ବିଭାଗ ।

What's Your Reaction?

like

dislike

love

funny

angry

sad

wow