ରାଉସାପାଟଣା ରାସ୍ତା କାମ ପରଖିଲେ ବିଧାୟିକା ସୋଫିଆ

Nov 5, 2026 - 12:40
ରାଉସାପାଟଣା ରାସ୍ତା କାମ ପରଖିଲେ ବିଧାୟିକା ସୋଫିଆ

ଏହି ସଂବେଦନଶୀଳ ଘଟଣା ସାମ୍ନାକୁ ଆସିବା ପୂର୍ବରୁ ଗତ ମାସରେ ମେଟା ପକ୍ଷରୁ କୁହାଯାଇଥିଲା ଯେ, ସେମାନେ ଏପରି ଆପତ୍ତିଜନକ ତଥ୍ୟ ଚିହ୍ନଟ ଓ ହଟାଇବା ପାଇଁ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ଆଧାରିତ ବ୍ୟବସ୍ଥାକୁ ଅଧିକ ସକ୍ରିୟ କରିଛନ୍ତି। ୨୦୨୬ ଜାନୁଆରୀରୁ ଜୁନ୍ ମାସ ମଧ୍ୟରେ କେବଳ ଭାରତରେ ଫେସବୁକ୍ ଓ ଇନଷ୍ଟାଗ୍ରାମ୍ରୁ ପ୍ରାୟ ୫.୩ ମିଲିୟନ୍ ଶିଶୁ ଯୌନ ଶୋଷଣ ସମ୍ପର୍କିତ ତଥ୍ୟ ଉପରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି 

 ସୋସିଆଲ ମିଡିଆ ସଂସ୍ଥା ମେଟା ଇଣ୍ଡିଆ ବିରୋଧରେ ଦିଲ୍ଲୀ ପୁଲିସ ଏକ ମାମଲା ରୁଜୁ କରିଛି। ମେଟା ପରିଚାଳିତ ଫେସବୁକ୍ ଓ ଇନଷ୍ଟାଗ୍ରାମ୍ ଭଳି ପ୍ଲାଟଫର୍ମଗୁଡ଼ିକରେ ଶିଶୁ ଯୌନ ନିର୍ୟାତନା ଓ ଶୋଷଣପୂର୍ଣ୍ଣ ତଥ୍ୟ ଉପଲବ୍ଧ ଥିବା ଅଭିଯୋଗରେ ଜାତୀୟ ମାନବାଧିକାର କମିଶନ୍ (ଏନଏଚଆରସି) ର ସଦସ୍ୟ ପ୍ରିୟାଙ୍କ କାନୁନଗୋଙ୍କ ନିର୍ଦ୍ଦେଶକ୍ରମେ ଦିଲ୍ଲୀ ପୁଲିସ ଏହି ମାମଲା ରୁଜୁ କରିଥିବା ନେଇ ସେ ସୋସିଆଲ ମିଡିଆ ଏକ୍ସରେ ସୂଚନା ଦେଇଛନ୍ତି।

ଏହି ସଂବେଦନଶୀଳ ଘଟଣା ସାମ୍ନାକୁ ଆସିବା ପୂର୍ବରୁ ଗତ ମାସରେ ମେଟା ପକ୍ଷରୁ କୁହାଯାଇଥିଲା ଯେ, ସେମାନେ ଏପରି ଆପତ୍ତିଜନକ ତଥ୍ୟ ଚିହ୍ନଟ ଓ ହଟାଇବା ପାଇଁ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ଆଧାରିତ ବ୍ୟବସ୍ଥାକୁ ଅଧିକ ସକ୍ରିୟ କରିଛନ୍ତି। ୨୦୨୬ ଜାନୁଆରୀରୁ ଜୁନ୍ ମାସ ମଧ୍ୟରେ କେବଳ ଭାରତରେ ଫେସବୁକ୍ ଓ ଇନଷ୍ଟାଗ୍ରାମ୍ରୁ ପ୍ରାୟ ୫.୩ ମିଲିୟନ୍ ଶିଶୁ ଯୌନ ଶୋଷଣ ସମ୍ପର୍କିତ ତଥ୍ୟ ଉପରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି, ଯେଉଁଥିରୁ ୯୮ ପ୍ରତିଶତରୁ ଅଧିକ ତଥ୍ୟ ବ୍ୟବହାରକାରୀ ଅଭିଯୋଗ କରିବା ପୂର୍ବରୁ ସ୍ୱୟଂଚାଳିତ ଭାବେ ଚିହ୍ନଟ କରାଯାଇଥିଲା। ସମଗ୍ର ବିଶ୍ୱରେ ଏହି ସମୟ ମଧ୍ୟରେ ୩୩.୨ ମିଲିୟନ୍ ଏଭଳି ତଥ୍ୟ ହଟାଯାଇଛି। ଅପରାଧୀମାନେ ନିଜର ବେଆଇନ କାର୍ୟ୍ୟକଳାପ ଲୁଚାଇବା ପାଇଁ ବିଜ୍ଞାପନକୁ ମାଧ୍ୟମ କରି ବାହାର ୱେବସାଇଟଗୁଡ଼ିକୁ ବ୍ୟବହାରକାରୀଙ୍କୁ ପଠାଉଥିବା ନେଇ ମେଟା ଦର୍ଶାଇଛି। ଏହାର ମୁକାବିଲା ପାଇଁ କମ୍ପାନୀ ''ଲାଜ୍ ଲାଙ୍ଗୁଏଜ୍ ମଡେଲ'' (ଏଲଏଲଏମ୍) ଏବଂ ଏଆଇ ''ରେଡ୍-ଟିମିଂ'' ଏଜେଣ୍ଟ ସାହାଯ୍ୟରେ ସାଧାରଣ ଦିଶୁଥିବା ବିଜ୍ଞାପନଗୁଡ଼ିକର ଗଭୀର ଯାଞ୍ଚ କରୁଛି। ଏହାସହ ଭାରତରେ ଶିଶୁ ସୁରକ୍ଷା ସମ୍ବନ୍ଧୀୟ ମାମଲାଗୁଡ଼ିକୁ ଭାରତୀୟ ସାଇବର ଅପରାଧ ସମନ୍ୱୟ କେନ୍ଦ୍ର ଦ୍ୱାରା ପରିଚାଳିତ ''ଜାତୀୟ ସାଇବର ଅପରାଧ ରିପୋର୍ଟିଂ ପୋର୍ଟାଲ''କୁ ସିଧାସଳଖ ରିପୋର୍ଟ କରିବା ପାଇଁ ମେଟା ନିଜର ବ୍ୟବସ୍ଥାକୁ ଆହୁରି ମଜବୁତ୍ କରିଥିବା ପ୍ରକାଶ କରିଛି। 

What's Your Reaction?

like

dislike

love

funny

angry

sad

wow