ରାସନ କାର୍ଡକୁ ନେଇ ବଡ଼ ଖବର,ରଦ୍ଦ ହେବ ଦେଢ଼ କୋଟି ରାସନ୍ କାର୍ଡ! ଆପଣଙ୍କ ନାଁ ଏଥିରେ ନାହିଁ ତ? କେମିତି ପୁନଃ ଫେରିପାଇବେ କାର୍ଡ?

Oct 3, 2026 - 15:55
ରାସନ କାର୍ଡକୁ ନେଇ ବଡ଼ ଖବର,ରଦ୍ଦ ହେବ ଦେଢ଼ କୋଟି ରାସନ୍ କାର୍ଡ! ଆପଣଙ୍କ ନାଁ ଏଥିରେ ନାହିଁ ତ? କେମିତି ପୁନଃ ଫେରିପାଇବେ କାର୍ଡ?

ଅକ୍ଟୋବରରେ ରଦ୍ଦ ହେବ ଦେଢ଼ କୋଟି ରାସନ୍ କାର୍ଡ! କେଉଁମାନଙ୍କ କାର୍ଡ ହେବ ରଦ୍ଦ? ଆପଣଙ୍କ ନାଁ ଏହି ଲିଷ୍ଟରେ ନାହିଁ ତ? ଦେଶର ରାସନ ବ୍ୟବସ୍ଥା ତଥା ସାଧାରଣ ବଣ୍ଟନ ପ୍ରଣାଳୀ (PDS) କୁ ଅଧିକ ସ୍ୱଚ୍ଛ ଓ ଜାଲିଆତିମୁକ୍ତ କରିବା ପାଇଁ କେନ୍ଦ୍ରର ମୋଦୀ ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିବାକୁ ଯାଉଛନ୍ତି । 

ରାସନ କାର୍ଡକୁ ନେଇ ବଡ଼ ଖବର । ଅକ୍ଟୋବରରେ ରଦ୍ଦ ହେବ ଦେଢ଼ କୋଟି ରାସନ୍ କାର୍ଡ! କେଉଁମାନଙ୍କ କାର୍ଡ ହେବ ରଦ୍ଦ? ଆପଣଙ୍କ ନାଁ ଏହି ଲିଷ୍ଟରେ ନାହିଁ ତ? ଦେଶର ରାସନ ବ୍ୟବସ୍ଥା ତଥା ସାଧାରଣ ବଣ୍ଟନ ପ୍ରଣାଳୀ (PDS) କୁ ଅଧିକ ସ୍ୱଚ୍ଛ ଓ ଜାଲିଆତିମୁକ୍ତ କରିବା ପାଇଁ କେନ୍ଦ୍ରର ମୋଦୀ ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିବାକୁ ଯାଉଛନ୍ତି । ସରକାରଙ୍କ ନୂତନ ଯୋଜନା ଅନୁଯାୟୀ, ଅକ୍ଟୋବର ୧ ରୁ ଦେଶର ପ୍ରାୟ ୧.୫୮ କୋଟି 'ସାଇଲେଣ୍ଟ' କିମ୍ବା ନିଷ୍କ୍ରିୟ ରାସନ କାର୍ଡକୁ ଅସ୍ଥାୟୀ ଭାବେ ବନ୍ଦ କରିଦିଆଯିବ । ନକଲି, ମୃତ, ଅଯୋଗ୍ୟ ଏବଂ ସ୍ଥାନାନ୍ତରିତ ହିତାଧିକାରୀଙ୍କ ନାଁ ରାସନ ତାଲିକାରୁ ହଟାଇ ପ୍ରକୃତ ହିତାଧିକାରୀଙ୍କ ନିକଟରେ ସରକାରୀ ଖାଦ୍ୟଶସ୍ୟ ପହଞ୍ଚାଇବା ଏହି ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ। ତେବେ କ’ଣ ଏହି 'ସାଇଲେଣ୍ଟ ରାସନ କାର୍ଡ' ଆସନ୍ତୁ ଜାଣିବା । 

ଖାଦ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ଯେଉଁ ରାସନ କାର୍ଡ ଜରିଆରେ ଗତ ୬ ମାସ ହେଲା କୌଣସି ବି ରାସନ ଉଠାଯାଇ ନାହିଁ, ସେଗୁଡ଼ିକୁ 'ସାଇଲେଣ୍ଟ' କିମ୍ବା ନିଷ୍କ୍ରିୟ କାର୍ଡ ଭାବେ ଗ୍ରହଣ କରାଯାଇଛି। ଅନେକ ସମୟରେ ଲୋକମାନେ ଅନ୍ୟ ସହରକୁ ରୋଜଗାର ପାଇଁ ଚାଲିଯାଆନ୍ତି କିମ୍ବା କାର୍ଡଧାରୀଙ୍କ ମୃତ୍ୟୁ ଘଟିଥାଏ ନହେଲେ ଜଣେ ବ୍ୟକ୍ତିଙ୍କ ନାମରେ ଏକାଧିକ କାର୍ଡ ରହିଥାଏ। ଏଭଳି କାର୍ଡଗୁଡ଼ିକ ଦୀର୍ଘଦିନ ଧରି ବ୍ୟବହାର ନହୋଇ ପଡ଼ିରହିବା ଦ୍ୱାରା କଳାବଜାରୀ ଓ ଜାଲିଆତିର ସମ୍ଭାବନା ବୃଦ୍ଧି ପାଏ। ଏହି ସବୁ କାର୍ଡକୁ ସିଧାସଳଖ ସ୍ଥାୟୀ ଭାବେ ରଦ୍ଦ କରାଯିବ ନାହିଁ। ସରକାର ହିତାଧିକାରୀଙ୍କୁ ନିଜର ଯୋଗ୍ୟତା ପ୍ରମାଣିତ କରିବା ପାଇଁ ୩ ମାସର ସମୟ ଦେବେ । ଅସ୍ଥାୟୀ ଭାବେ ବନ୍ଦ ହୋଇଥିବା କାର୍ଡକୁ ପୁନଃସକ୍ରିୟ କରିବା ପାଇଁ ହିତାଧିକାରୀଙ୍କୁ e-KYC ପ୍ରକ୍ରିୟା ପୂରଣ କରିବାକୁ ହେବ। ନିକଟସ୍ଥ ରାସନ ଦୋକାନ କିମ୍ବା ସାଧାରଣ ସେବା କେନ୍ଦ୍ର ମାଧ୍ୟମରେ ଆଧାର ସହ ମୋବାଇଲ୍ ନମ୍ବର ଲିଙ୍କ୍ ଓ ବାୟୋମେଟ୍ରିକ୍ ଯାଞ୍ଚ୍ କରିବାକୁ ପଡ଼ିବ। ଯଦି ହିତାଧିକାରୀ ୩ ମାସ ମଧ୍ୟରେ verification ପୂରଣ ନକରନ୍ତି, ତେବେ ତାଙ୍କ କାର୍ଡକୁ ସ୍ଥାୟୀ ଭାବେ PDS ଡାଟାବେସ୍‌ରୁ ହଟାଇ ଦିଆଯିବ।

ସରକାରୀ ତଥ୍ୟ ଅନୁଯାୟୀ, PDS ବ୍ୟବସ୍ଥାରେ ଡିଜିଟାଇଜେସନ୍, ଆଧାର ସିଡିଂ ଏବଂ e-KYC ଜରିଆରେ ନଭେମ୍ବର ୨୦୨୪ ସୁଦ୍ଧା ପ୍ରାୟ ୫.୮ କୋଟି ଅଯୋଗ୍ୟ ଓ ନକଲି ରାସନ କାର୍ଡ ହଟାଯାଇ ସାରିଛି। ବର୍ତ୍ତମାନ ସୁଦ୍ଧା ଦେଶରେ ୯୦.୬୪% ରୁ ଅଧିକ e-KYC କାର୍ଯ୍ୟ ଶେଷ ହୋଇସାରିଛି। ଅକ୍ଟୋବର ୧ ରୁ ନୂଆ SMART-PDS ବ୍ୟବସ୍ଥା ଲାଗୁ ହେବା ସହ ଏହି ସଫେଇ ଅଭିଯାନକୁ ଆହୁରି ଜୋରଦାର କରାଯାଉଛି। ସରକାର ଏହାକୁ ସିଷ୍ଟମ୍‌ର ସୁଧାର ଓ ସ୍ୱଚ୍ଛତା ପାଇଁ ଜରୁରୀ ବୋଲି ଦର୍ଶାଉଥିବା ବେଳେ କିଛି ସାମାଜିକ ବିଶେଷଜ୍ଞ ଏହାକୁ ସମାଲୋଚନା କରିଛନ୍ତି। ସେମାନଙ୍କ ମତରେ ଅନେକ ଗରିବ ଓ ପ୍ରବାସୀ ଶ୍ରମିକ କାମଧନ୍ଦା ପାଇଁ ବାହାରେ ରହୁଥିବାରୁ ପ୍ରାୟତଃ ୬ ମାସର ରାସନ ନେଇପାରି ନଥାନ୍ତି। ପ୍ରଥମେ ସେମାନଙ୍କ କାର୍ଡ ବନ୍ଦ କରି ପରେ ସେମାନଙ୍କ ଉପରେ ଯୋଗ୍ୟତା ପ୍ରମାଣ କରିବାର ବୋଝ ଲଦିଦେବା ଦ୍ୱାରା ପ୍ରକୃତ ଗରିବ ଲୋକ ଅଧିକ ହଇରାଣ ହେବାର ଆଶଙ୍କା ରହିଛି।

What's Your Reaction?

like

dislike

love

funny

angry

sad

wow