ଅଲକାଏଦ ସହ ସମ୍ପୃକ୍ତ ଫ୍ଲାଏ ଦୁବାଇର କୋ-ପାଇଲଟ୍ !

Oct 3, 2026 - 15:54
ଅଲକାଏଦ ସହ ସମ୍ପୃକ୍ତ ଫ୍ଲାଏ ଦୁବାଇର କୋ-ପାଇଲଟ୍ !

ଫ୍ଲାଏଦୁବାଇ FZ1073ରେ କ୍ୟାପଟେନ୍‌ ସ୍ମିତ୍‌ ମଚ୍ଛାରଙ୍କ ଉପରେ ଆକ୍ରମଣ ଘଟଣାର ଅଭିଯୁକ୍ତ କୋ-ପାଇଲଟ୍‌ ହମାମ୍‌ ଅଲ୍‌-ହମାମିଙ୍କ ପୂର୍ବ ରେକର୍ଡକୁ ନେଇ ନୂଆ ତଥ୍ୟ ସାମ୍ନାକୁ ଆସିଛି । ରିପୋର୍ଟ ଅନୁସାରେ, ଓମାନରେ ତାଙ୍କୁ ଚରମପନ୍ଥୀ ଚିନ୍ତାଧାରା ନେଇ ଉଡ଼ାଣରୁ ହଟାଯାଇଥିଲା । 

ଫ୍ଲାଏ ଦୁବାଇରେ କ୍ୟାପଟେନ ସ୍ମିତ୍‌ ମଚ୍ଛାରଙ୍କ ଉପରେ ଆକ୍ରମଣ କରିଥିବା କୋ-ପାଇଲଟ୍‌ଙ୍କୁ ନେଇ ଆସୁଥିବା ନୂଆ ନୂଆ ତଥ୍ୟ ଉପରେ । ଅଭିଯୁକ୍ତ ଜଣକ ଅଲକାଏଦ ସହ ସମ୍ପୃକ୍ତ ବୋଲି ଦାବି କରାଯାଉଛି । କେବଳ ସେତିକି ନୁହେଁ ଜେରା ସମୟରେ ହମାମ ଅଲ ହମାମୀ ସ୍ବିକାର କରିଛି ଯେ ବିମାନକୁ କ୍ରାସ୍ କରିବାକୁ ସବୁ ପ୍ରକାର ଷଡଯନ୍ତ୍ର କରାଯାଇଥିଲା । ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି କୋ-ପାଇଲଟ୍‌ ହମାମ୍‌ ଅଲ୍‌ହାମାମିଙ୍କ ଉପରେ ଉଡ଼ାଣ କଟକଣା ଲଗାଇଥିଲା ଓମାନ୍ । ତାଙ୍କର କଟ୍ଟରପନ୍ଥୀ ବିଚାରଧାରା ପାଇଁ ତାଙ୍କ ଉପରେ କଟକଣା ଲଗାଯାଇଥିଲା । 

ବିମାନ FZ- 1073ରେ କ୍ୟାପଟେନ୍‌ଙ୍କୁ ଆକ୍ରମଣ ପରେ ବିମାନ କ୍ରାସ କରିବାକୁ ଯୋଜନା କରିଥିବା ନେଇ ଘଟଣା ସାମ୍ନାକୁ ଆସିଛି। ଏହାସହ ସ୍ମିତ୍‌ ମଚ୍ଛାରଙ୍କ କୋ-ପାଇଲଟ୍‌ଙ୍କ ପରିଚୟ ବି ୩ଦିନ ପରେ ସାମ୍ନାକୁ ଆସିଛି। ବଡ଼ କଥା ହେଉଛି ହମାମ୍‌ ଅଲ୍‌ହାମାମିଙ୍କ ଉପରେ ଉଡ଼ାଣ କଟକଣା ସତ୍ତ୍ବେ ତାଙ୍କୁ ଫ୍ଲାଏଦୁବାଇରେ ମିଳିଥିଲା ଚାକିରି । ଏବଂ ୟୁଏଇ ସହ ଇସ୍ରାଏଲକୁ ଯୋଡ଼ୁଥିବା ସମ୍ବେଦନଶୀଳ ଆକାଶମାର୍ଗରେ ତାଙ୍କୁ ବିମାନ ଉଡ଼ାଇବାକୁ ସୁଯୋଗ ମିଳିଥିଲା । 

ସୂତ୍ରରୁ ମିଳିଥିବା ସୁଚନା ଅନୁସାରେ, କୋ-ପାଇଲଟ୍‌ ହମାମ୍‌ ଅଲ୍‌ହାମାମିଙ୍କୁ ଇସ୍ରାଏଲ ଅଧିକାରୀ ପଚରାଉଚରା କରିପାରନ୍ତି । ଦୁବାଇରୁ ତେଲ୍‌ ଅଭିଭ୍‌କୁ ଯାତ୍ରା କରିଥିବା ଯାତ୍ରୀବାହୀ ବିମାନକୁ କ୍ରାସ୍‌ କରିବାକୁ ଯୋଜନା କରାଯାଇଥିଲା । ଏହି ମାମଲାରେ କୋ-ପାଇଲଟ୍‌ଙ୍କୁ ଇସ୍ରାଏଲ ଅଧିକାରୀ ପଚରାଉଚରା କରିପାରନ୍ତି । 

  • ଅଲ-କାଏଦା ସହ କୋ-ପାଇଲଟର କନେକ୍ସନ !
  • କ୍ୟାପଟେନ୍‌ ସ୍ମିତଙ୍କ କୋ-ପାଇଲଟ୍‌ଙ୍କୁ ନେଇ ସାମ୍ନାକୁ ଆସିଲା ଚାଞ୍ଚଲ୍ୟକର ତଥ୍ୟ
  • ହମାମ୍‌ ଅଲ୍‌ହାମାମିଙ୍କ ଅଲକାଏଦା ସହ ସଂଶ୍ଲିଷ୍ଟ ସନ୍ଦେହ
  • ଜେରା ସମୟରେ କୋ-ପାଇଲଟର ବଡ଼ ୱିକାର 
  • ଦୁର୍ଘଟଣା ଦିନ ବିମାନ କ୍ରାସ କରିବାକୁ ସମସ୍ତ ପ୍ଲାନ କରାଯାଇଥିଲା
  • ଅପରାଧିକ ଗତିବିଧି ପାଇଁ ପୂର୍ବରୂ କୋ-ପାଇଲଟ ଉପରେ ଉଡ଼ାଣ କଟକଣା ଲଗାଇଥିଲା ଓମାନ୍‌ 
  • କଟ୍ଟରପନ୍ଥୀ ବିଚାରଧାରା ପାଇଁ ଲାଗିଥିଲା ବ୍ୟାନ୍‌ 
  • ହମାମ୍‌ ଅଲ୍‌ହାମାମିଙ୍କ ଉପରେ ଉଡ଼ାଣ କଟକଣା ସତ୍ତ୍ବେ ଚାକିରି ଦେଇଥିଲା ଫ୍ଲାଏଦୁବାଇ 
  • ୟୁଏଇ ସହ ଇସ୍ରାଏଲକୁ ଯୋଡ଼ୁଥିବା ସମ୍ବେଦନଶୀଳ ଆକାଶମାର୍ଗରେ ବିମାନ ଉଡ଼ାଇବାକୁ ସୁଯୋଗ ମିଳିଥିଲା 
  • କୋ-ପାଇଲଟ୍‌ ହମାମ୍‌ ଅଲ୍‌ହାମାମିଙ୍କୁ ଇସ୍ରାଏଲ ଅଧିକାରୀ ପଚରାଉଚରା କରିପାରନ୍ତି 
  • ଦୁବାଇରୁ ତେଲ୍‌ ଅଭିଭ୍‌କୁ ଯାତ୍ରା କରିଥିବା ଯାତ୍ରୀବାହୀ ବିମାନକୁ କ୍ରାସ୍‌ କରିବାକୁ ଯୋଜନା କରାଯାଇଥିଲା 
  • ଏହି ମାମଲାରେ କୋ-ପାଇଲଟ୍‌ଙ୍କୁ ଇସ୍ରାଏଲ ଅଧିକାରୀ ପଚରାଉଚରା କରିପାରନ୍ତି। 

What's Your Reaction?

like

dislike

love

funny

angry

sad

wow