ଟ୍ରମ୍ପଙ୍କୁ ଆଶ୍ୱସ୍ତି: ଲାଞ୍ଚଦେବା ମାମଲାରେ ମିଳିଲାନି ଦଣ୍ଡ

Jan 11, 2025 - 13:53
 0  4
ଟ୍ରମ୍ପଙ୍କୁ ଆଶ୍ୱସ୍ତି: ଲାଞ୍ଚଦେବା ମାମଲାରେ  ମିଳିଲାନି ଦଣ୍ଡ

ଶପଥ ନେବା ପୂର୍ବରୁ ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ମିଳିଛି ବଡ଼ ଆଶ୍ୱସ୍ତି। ପର୍ଣ୍ଣତାରକାଙ୍କୁ ଗୁପ୍ତ ଧନ ଦେବା ମାମଲାରେ ତାଙ୍କୁ ଆଉ ଯିବାକୁ ପଡିବ ନାହିଁ କାରାଗାର କି ଦେବାକୁ ପଡିବ ନାହିଁ ଜରିମାନା।ଦୋଷ ଲୁଚାଇବା ପାଇଁ ଲାଞ୍ଚ ମାମଲାରେ ଦୋଷୀସାବ୍ୟସ୍ତ ହେବାପରେ ଶୁକ୍ରବାର ଏହି ମାମଲାରେ ତାଙ୍କ ବିରୋଧରେ ଥିଲା ଦଣ୍ଡାଦେଶ। ନ୍ୟୁୟର୍କର ଜଜ୍ ଜୁଆନ୍ ମାର୍ଚନ୍ ଟ୍ରମ୍ପଙ୍କୁ ପର୍ଣ୍ଣ ତାରକା ଷ୍ଟର୍ମୀ ଡାନିଏଲ୍ସଙ୍କୁ ଟଙ୍କା ଦେବାରେ କରିଥିଲେ ଦୋଷୀ ସାବ୍ୟସ୍ତ । କିନ୍ତୁ ଟ୍ରମ୍ପ୍‌ ଆମେରିକାର ରାଷ୍ଟ୍ରପତି ହୋଇ ସାରିଥିବାରୁ ତାଙ୍କୁ କୌଣସି ଦଣ୍ଡା‌ଦେଶ ଶୁଣାଇନାହାଁନ୍ତି ଅଦାଲତ। ସେପଟେ ନିଜ ବିରୋଧରେ ଆସିଥିବା ଅଭିଯୋଗ, ଶୁଣାଣି ଓ ଦଣ୍ଡାଦେଶକୁ ରାଜନୀତି ପ୍ରେରିତ ବୋଲି  କହିବା ସହ ଏହା କେବଳ ବଦନାମ କରିବା ପାଇଁ  ଏକ ପ୍ରକ୍ରିୟା ଥିଲା, ଯାହା ନିଷ୍ଫଳ ହୋଇଛି ବୋଲି କହିଛନ୍ତି ଟ୍ରମ୍ପ୍‌ ।

What's Your Reaction?

like

dislike

love

funny

angry

sad

wow